Home Culture ନୀଳମଣି ବିଦ୍ୟାରତ୍ନ ଥିଲେ ନବଜାଗରଣର ଅଗ୍ରଦୂତ

ନୀଳମଣି ବିଦ୍ୟାରତ୍ନ ଥିଲେ ନବଜାଗରଣର ଅଗ୍ରଦୂତ

ଭୁବନେଶ୍ୱର : ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏକାଧାରରେ ଜଣେ ଦେଶସେବୀ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତି୍ୟକ ଏବଂ ସମ୍ପାଦକ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେଥିଲେ ପୃଷ୍ଠପୋଷକ।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ତାଙ୍କ ଉଦ୍ୟମତାଙ୍କୁ ଏହି ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଭାବରେ ସ୍ମରଣୀୟ ରଖିଛି। ସେ ଥିଲେ ଓଡ଼ିଶାରେ ନବଜାଗରଣର ଅନନ୍ୟ ଅଗ୍ରଦୂତ ବୋଲି ବଡ଼ମ୍ବା ବିଧାୟକଶ୍ରୀ ଦେବୀ ପ୍ରସାଦ ମିଶ୍ର ଉଲ୍ଲେଖ କରିଛନ୍ତି।

ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ସ୍ମୃତି ସଂସଦ(ଭୁବନେଶ୍ୱର)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ବିଧାୟକଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରାକ୍ତନ ବିଧାୟକ ତଥା ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ କୃତି ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖି ଓଡ଼ିଶା ଇତିହାସରେ ତାଙ୍କ ଅବଦାନ ସ୍ମରଣୀୟ ରହିବ ବୋଲିକହିଛନ୍ତି।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର ସମ୍ମାନନୀୟା ଅତିଥି ଭାବେ ଯୋଗଦେଇ ବିଦ୍ୟାରତ୍ନଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କୁ ଜଣେ ସ୍ପଷ୍ଟବାଦୀ ଓ ନିର୍ଭୀକ ବ୍ୟକ୍ତିତ୍ୱ ଭାବେ ଅଭିହିତ କରି କହିଥିଲେ ଯେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସମ୍ବାଦପତ୍ରର ସମ୍ପାଦନା କରି ଓଡ଼ିଆ ପତ୍ରିକା ସମ୍ପାଦନା ଓ ଶୁଦ୍ଧ ପାଠ୍ୟପୁସ୍ତକ ସମ୍ପାଦନାକୁ ମହତ୍ୱ ପ୍ରଦାନ କରିଛନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ସେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିଛନ୍ତି। ବହୁ ସମାଜ ସଂସ୍କାରମୂଳକ କାର୍ଯ୍ୟ ସହ ପରବର୍ତ୍ତୀ ସମୟରେ ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ନିମନ୍ତେ ପଥ ଉନ୍ମìକ୍ତ କରିଥିଲେ।

ସଭା ପ୍ରାରମ୍ଭରେ ଅତିଥିମାନେ ପଣ୍ଡିତ ବିଦ୍ୟାରତ୍ନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନକ ରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନକରି ନୀଳମଣି ବିଦ୍ୟାରନିଙ୍କୁ ଓଡ଼ିଆ ଜାତି ଜଣେ ନମସ୍ୟ ପୁରୁଷ ଭାବରେ ମନେ ରଖିବ ବୋଲି କହିଥିଲେ। ରାଜ୍ୟସ୍ତରୀୟ ପଣ୍ଡିତନୀଳମଣି ବିଦ୍ୟାରନି ସ୍ମୃତି ସଂସଦ ସମ୍ପାଦକଡା. କୃଷ୍ଣକେଶ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷକୁମାର ଦାସ, ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଏବଂ ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।