ଭୁବନେଶ୍ୱର : ଦଶନ୍ଧି ଦଶନ୍ଧି ଧରି ମୃତିକାର ଅବହେଳା ଫଳରେ ଉପଲବ୍ଧ ହୋଇଥିବା ସମସ୍ୟା ଆଜି ମାନବ ଜାତିକୁ ଚିନ୍ତାରେ ପକାଇଛି ବୋଲି ‘ବିଶ୍ୱ ମୃତିକା ଦିବସ’ ପାଳନ ଅବସରରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିବା ସହ ମୃତିକାର ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍) ଓ ଇଣ୍ଡିଆନ ସୋସାଇଟି ଅଫ୍ ସଏଲ୍ ସାଇନ୍ସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଜମି ପରିଚାଳନାରେ ଅନିୟମିତତା ଏବଂ ଶିଳ୍ପାୟନ ଯୋଗୁଁ ମୃତିକାର ଉତ୍ପାଦନ କ୍ଷମତା ହ୍ରାସ ପାଉଥିବା ସଂପର୍କରେ ଅଲୋଚନା ହୋଇଥିଲା ।
ପୃଥିବୀ ତିଷ୍ଠି ରହିବାର ନିମନ୍ତେ ମୃତିକା ଓ ଜଳର ନିବିଡ ସଂପର୍କଗୁରୁତ୍ୱପୂର୍ଣ୍ଣ ଓ ଏହା ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ସଦୃଶ । ଏହି ସଂପର୍କ ହିଁ କୃଷିର ମୂଳଦୁଆ ବୋଲି ସୋଆର ସେଂଟର ଫର୍ କ୍ଳାଇମେଂଟ ସ୍ମାର୍ଟ ଏଗ୍ରିକଲ୍ଚରାଲ୍ ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା କହିଥିଲେ ।
ମୃତିକାର ଅବକ୍ଷୟ ପୃଥିବୀର ଜଳ ସଂପଦ ଉପରେ ମଧ୍ୟ ଅତ୍ୟଧିକ ଚାପ ପକାଇଥାଏ । ପୃଥିବୀର ମୋଟ ଜଳର ୯୭.୩ ପ୍ରତିଶତ ସମୁଦ୍ର ହୋଇଥିବାରୁ ଏହାର ବ୍ୟବହାର ଯୋଗୁଁ ନୁହେଁ । ଅବଶିଷ୍ଟ ୨.୭ ପ୍ରତିଶତ ମଧୁର ଜଳ ଏବଂ ସେଥିମଧ୍ୟରୁ ୦.୦୭ ପ୍ରତିଶତ ବ୍ୟବହାର ଯୋଗ୍ୟ ଓ ବରଫ ଗ୍ଳେସିଅର୍ ଭାବେ ରହିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକ ଓ ଆଇଏଏସ୍ର କୃଷି ବୈଜ୍ଞାନିକ ଙ୍କ ମଧ୍ୟରେ ଏ ସଂପର୍କ ରେ ଆଲୋଚନା ମଧ୍ୟ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଆଇଏଏସ୍ର ମୃତିକା ବିଜ୍ଞାନ ଓ କୃଷି ରସାୟନ ବିଭାଗର ମୁଖ୍ୟ ପ୍ରଫେସର ଦୀନବନ୍ଧୁ ଜେନା ମଧ୍ୟ ଉପସ୍ଥିତ ଥିଲେ ।
ଭାରତରେ ଉପଲବ୍ଧ ମଧୁର ଜଳ ର ୮୦ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ବୋଲି ପ୍ରଫେସର ପଣ୍ଡା କହିଥିଲେ । ବାରମ୍ବାର ପାଣିପାଗ ଜନିତ ଉତ୍କଟ ସମସ୍ୟା ସୃଷ୍ଟି ହେବା ଫଳରେ ପ୍ରତିକୂଳ ଜଳବାୟରେ ବିକଶିତ ହୋଇପାରୁଥିବା ଫସଲର ବିକାଶ ଆବଶ୍ୟକ ବୋଲି ସେ କହିଥିଲେ ।
ଉପଯୁକ୍ତ ଜଳ ସଂରକ୍ଷଣ ପଦକ୍ଷେପ ତଥା ବର୍ଷା ଜଳ ସଂରକ୍ଷଣ କରି ମୃତିକା ଆଦ୍ରତା ବୃଦ୍ଧି ତଥା ଭୂତଳ ଜଳ କୁ ରିଚାର୍ଜ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ମୃତିକା ର ସ୍ୱାସ୍ଥ୍ୟ ଏବଂ ଜଳର ଗୁଣବତା ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ , ମାନବଜାତି ମୃତିକା ମୃତିକା, ଜଳ ଓ ବାୟୁକୁ ଉପହାର ଭାବେ ପାଇଛି ମାତ୍ର ସେଥିପାଇଁ କୃତଜ୍ଞ ହେବା ଶିଖିନାହିଁ । ପ୍ରତି ମୁହୁର୍ତରେ ଆମେ ବାୟୁ କୁ ନିଶ୍ୱାସ ନେବା ପାଇଁ ଆବଶ୍ୟକ କରୁ, ଭୂମି ଅମାକୁ ଖାଦ୍ୟ ଯୋଗାଏ ଏବଂ ତୃଷା ନିବାରଣ ନିମନ୍ତେ ଜଳ ଆବଶ୍ୟକ ହୁଏ । ଏହା ଆମ ପାଇଁ ଉପହାର ଅଟେ । ଆମେ ଯେଉଁଠାରେ ରହୁଛୁ ସେହି ପୃଥିବୀର ଯତ୍ନ ନେବାକୁ ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରଫେସର ନନ୍ଦ କହିଥିଲେ ଯେ ଅଧିକାଂଶ ସହରରେ ବାୟୁର ଗୁଣବତା ନିମ୍ନମୁଖୀ ହେବାର ଚିନ୍ତାର ବିଷୟ ।
ପୃଥିବୀକୁ ବଂଚାଇବା ପାଇଁ ମାଟି ଓ ଜଳାଶୟ ପ୍ରତି ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ । ପ୍ରଫେସର ଜେନା ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଥାଇଲାଣ୍ଡର ରାଜା ଭୂମିବଲ୍ ଆଦୁଲ୍ୟଦେଜ୍ଙ୍କ ଜନ୍ମଦିନ ଅବସରରେ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତିକା ଦିବସ ପାଳନ କରାଯାଇଥାଏ ବୋଲି କହିଥିଲେ ।
ଉର୍ବର ଜମି ଭିତିଭୂମି ବିକାଶ ପାଇଁ ବ୍ୟବହୌୃତ ହେଉଥିବାରୁ କ୍ରମ ବର୍ଦ୍ଧିତଷୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଉପଲବ୍ଧ ଚାଷ ଜମି ଉପରେ ଅଧିକ ଚାପ ପଡୁଛି । ସେଥିପାଇଁ ଆଜି ଆମେ ଏହି ସମସ୍ୟା ସହିତ ଯୁଝଛୁ ବୋଲି ସେ କହିଥିଲେ । ସୋଆର ଦିଷ୍ଟିଙ୍ଗୁଇଶଡ ପ୍ରଫେସର ୟୁ ସି ମହାନ୍ତି ଏବଂ ଆଇଏଏସ୍ ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।