Home News in Odia କ୍ରୀଡ଼ା ପ୍ରତିଯୋଗିତାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

କ୍ରୀଡ଼ା ପ୍ରତିଯୋଗିତାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହର ଅତ୍ୟତମ ଆକର୍ଷଣ ଥିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଦୁଇଦିନଧରି ଦୁତୀ ଚାନ୍ଦ ଇଣ୍ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟ ତଥା ସେ୍ୱଚ୍ଛାସେବୀ ସଂଗଠନ ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଛାତ୍ରଚାତ୍ରୀମାନେ ପ୍ରାୟ ୨୦୦ ଦୃଷ୍ଟିବାଧିତ, ଶ୍ରବଣବାଧିତ, ସେରେବ୍ରାଲ ପଲ୍‌ସୀ ଓ ଅଟିଜିମ୍‌ଗ୍ରସ୍ତ ତଥା ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ ।

ବିଭିନ୍ନ ବର୍ଗରେ ୧୦୦ ଓ ୨୦୦ ମିଟର ଦୌଡ଼, ଉଚ୍ଚଡିଆଁ, ଲମ୍ବଡଆଁ, ସଟ୍‌ଫୁଟ୍‌ ଥ୍ରୋ ସାଙ୍ଗକୁ ହ୍ୱିଲ ଚେୟାର ରେସ୍‌, ସପଫ ବଲ୍‌ ଥ୍ରୋ, ୫୦ ମିଟର ଆସିଷ୍ଟେଡ୍‌ ୱାକ୍‌, ବ୍ଲୋଇଂ, ଟାର୍‌ଗେଟ୍‌ ସଟ୍‌ ଓ ଚକୋଲେଟ୍‌ ରେସ୍‌ ଇତ୍ୟାଦି ଆୟୋଜିତ ହୋଇଥିଲା । ଉତ୍ସାହ ଉଦ୍ଦୀପନା ସହ ଖେଳକୁଦ ସଂପନ୍ନ ହୋଇଥିଲା । ଇଣ୍ଡୋ ଷ୍ଟାଡିୟମ୍‌ ଗ୍ୟାଲେରୀରେ ଶହ ଶହ ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତା ଉପଭୋଗ କରିଥିଲେ ।

ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ, ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଯୋଗଦେଇ ଅର୍ଥରାଶି ସହିତ ପ୍ରଶଂସାପତ୍ର ବିତରଣ କରିଥିଲେ । ବିଭାଗ ପକ୍ଷରୁ ନିଶିକାନ୍ତ ଟେଟେ ଓ କବିତାଶ୍ରୀ ଅମାତ ପ୍ରତିଯୋଗିତା ପରିଚାଳନା କରିଥିଲେ ।