ଭୁବନେଶ୍ଵର : ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ଆଜି ସୁଦ୍ଧା ତାଙ୍କୁ ସୁଦ୍ଧା ଓଡ଼ିଶା ବିଦ୍ୟୁତ, ନିୟାମକ ଆୟୋଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅନୁମତି ଦିଆଯାଇଛି।
ଅବସରପ୍ରାପ୍ତ ଆଇଏଏସ୍ ଆର.ବାଲକ୍ରିଷ୍ଣନ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପାହ୍ୟାରେ ସ୍ୱତନ୍ତ୍ର ମୁଖ୍ୟ ଉପଦେଷ୍ଟା ଭାବରେ କାର୍ଯ୍ୟ ଜାରି ରଖିବେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି ।
ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରମୁଖ ପରାମର୍ଶଦାତା ଭାବେ ତାଙ୍କର ସମସ୍ତ ଅତିରିକ୍ତ ଦାୟିତ୍ବ ଛାଡିଛନ୍ତି ।