Home News in Odia ପାଣ୍ଡିଆନଙ୍କୁ କ୍ୟାବିନେଟ୍‍ ପାହ୍ୟା

ପାଣ୍ଡିଆନଙ୍କୁ କ୍ୟାବିନେଟ୍‍ ପାହ୍ୟା

ଭୁବନେଶ୍ୱର : ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାର ଦିନକ ପରେ ଆଜି ଭି. କେ. ପାଣ୍ଡିଆନଙ୍କୁ ରାଜ୍ୟ ସରକାର କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟା ଦେବା ସହିତ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି । ସେ ଏବେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ ।

ଆଜି ଶ୍ରୀ ପାଣ୍ଡିଆନଙ୍କୁ କ୍ୟାବିନେଟ୍‍ ପାହ୍ୟା ମିଳିବାପରେ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କ ପରବର୍ତ୍ତୀ ଗତିବିଧିକୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାହାର ଏକ ପ୍ରକାର ଅବସାନ ଘଟିଛି ।

ଉଲ୍ଲେଖନୀୟ ଯେ ଗତକାଲି ଶ୍ରୀ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାରଙ୍କ ଠାରୁ ପତ୍ର ମିଳିବାପରେ ତାହାକୁ ନେଇ ରାଜ୍ୟରେ ଜୋରଦାର ଆଲୋଚନା ଲାଗି ରହିଥିଲା ।

ଶ୍ରୀ ପାଣ୍ଡିଆନ ଏବେ ସରକାରୀ ଚାକିରିରୁ ଅବ୍ୟାହତି ନେଇ କ୍ୟାବନେଟ ପାହ୍ୟା ପାଇବାପରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ କାହାକୁ ନିଯୁକ୍ତି ଦିଆଯିବ ତାହା ଉପରେ ସମସ୍ତଙ୍କ ନଜର ।