Home General ଆସୋଚାମ୍‌ ପୁରସ୍କାର ଜିତିଲା ସିଏସ୍‌ଏମ୍‌

ଆସୋଚାମ୍‌ ପୁରସ୍କାର ଜିତିଲା ସିଏସ୍‌ଏମ୍‌

ଭୁବନେଶ୍ବର : ଆଫ୍ରିକା, ଦୁବାଇ, ୟୁଏସ୍‌ଏ ଓ କାନାଡ଼ାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ବର ଭିତ୍ତିକ ସିଏସ୍‌ଏମ୍‌ ଟେକ୍ନୋଲୋଜି ଆସୋଚାମ୍‌ ଦ୍ବାରା ଆୟୋଜିତ ଅଷ୍ଟମ ସଂସ୍କରଣ ଟେକ୍‌ ଫର୍‌ ଏକ୍ସିଲେନ୍ସ ଆୱାର୍ଡ ବିଜୟୀ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ବିଭାଗ ସହଭାଗିତାରେ ଆସୋଚାମ୍‌ ପକ୍ଷରୁ ଏହି ପୁରସ୍କାର ଉତ୍ସବ ଆୟୋଜନ ହୋଇଥିଲା ।

ସିଏସ୍‌ଏମ୍‌ ଟେକ୍ନୋଲୋଜି ‘ଟେକ୍‌ ଇନୋଭେସନ୍‌ ଫର୍‌ ବିଜିନେସ୍‌’ ବର୍ଗରେ ଏହି ପୁରସ୍କାର ବିଜୟୀ ହୋଇଛି ।

ଆସୋଚାମ୍‌ ମୁତାବକ, ନିଜ କାର୍ଯ୍ୟକ୍ଷେତ୍ର ପାଇଁ ସିଏସ୍‌ଏମ୍‌ ଟେକ୍ନୋଲୋଜିର ନିରନ୍ତର ପ୍ରୟାସ ତଥା ଆଇଟି କ୍ଷେତ୍ର ଲାଗି ନିଜ ଅବଦାନ ଜରିଆରେ ଦେଶ ତଥା ସମାଜକୁ ଗର୍ବିତ କରିଥିବା କାରଣରୁ ଉତ୍କର୍ଷତାର ସ୍ଵୀକୃତି ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ସିଏସ୍‌ଏମ୍‌ ଟେକ୍ନୋଲୋଜିର ପ୍ରୋଜେକ୍ଟ ମ୍ୟାନେଜର ସୁମନ ସୁଧା ପଣ୍ଡା, ଏବଂ ବିଜନେସ୍‌ ସିଷ୍ଟମ ମ୍ୟାନେଜର ଉପାସନା ମହାପାତ୍ର କଲିକତାରେ ଆୟୋଜିତ ଉତ୍ସବରେ ପଶ୍ଚିମବଙ୍ଗ ସରକାରଙ୍କ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗ ପ୍ରମୁଖ ସଚିବ ଶ୍ରୀ ରାଜୀବ କୁମାରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏ ଅବସରରେ ସିଏସ୍‌ଏମ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, ‘‘ଆସୋଚାମ୍‌ ଠାରୁ ଏହି ସମ୍ମାନଜନକ ସ୍ଵୀକୃତି ପାଇଥିବାରୁ ଆମେ ବେଶ୍‌ ଆନନ୍ଦିତ । ସିଏସ୍‌ଏମ୍‌ ଟେକ୍ନୋଲୋଜିର ଡିଜିଟାଲ ସୃଜନଶୀଳତା ମାଇନିଂ ଇକୋସିଷ୍ଟମକୁ ବଦଳାଇବା, ଲିକେଜ ଦୂର କରିବା ତଥା ମୋଟାମୋଟି ଦକ୍ଷତା ବଢ଼ାଇବାରେ ବେଶ୍‌ ସହାୟକ ହୋଇଛି ।  ଧୀରେ ଧୀରେ ଆମର ସୃଜନଶୀଳତା ମାଇନିଂ ସଂସ୍କାର ଓ ପ୍ରଶାସନ କ୍ଷେତ୍ରରେ ଏକ ଲାଇଟ୍‌ହାଉସ୍ ସଲ୍ୟୁସନରେ ପରିଣତ ହୋଇଛି ।”

ସିଏସ୍‌ଏମ୍‌ର ସଲ୍ୟୁସନ୍‌ ଖଣି କ୍ଷେତ୍ରରେ ନିୟାମକ ଦିଗକୁ ସୁବ୍ୟବସ୍ଥିତ ଓ ମୂଲ୍ୟ ଶୃଙ୍ଖଳକୁ ସମ୍ପ୍ରସାରିତ କରିଛି । ଏହି ସୃଜନଶୀଳତା ଯୋଗୁ ମାଇନିଂ ଗଭର୍ଣ୍ଣାନ୍ସ ମାଇନିଂ ଅପରେଟର/ଲିଜଧାରୀ/ଲାଇସେନ୍ସ ଆଦିକୁ ଅଧିକ ଉନ୍ନତ କରିଥିବା ବେଳେ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସକୁ ସହଜ କରିଛି ଏବଂ ସ୍ବଚ୍ଛତା ଓ ଦାୟିତ୍ବବୋଧତାକୁ ବଢ଼ାଇଛି । ଡିଜିଟାଲ ମାଇନିଂ ସଲ୍ୟୁସନରେ କମ୍ପାନିର କାର୍ଯ୍ୟ ଏହାର ସୃଜନଶୀଳତା ଓ ନେତୃତ୍ବକୁ ପ୍ରମାଣିତକରୁଛି ।