Home General ବିଜୁ ପଟ୍ଟନାୟକ ପାର୍କରେ କୋଭିଡ ଯୋଦ୍ଧା ସ୍ମାରକୀ

ବିଜୁ ପଟ୍ଟନାୟକ ପାର୍କରେ କୋଭିଡ ଯୋଦ୍ଧା ସ୍ମାରକୀ

ଭୁବନେଶ୍ୱର : ରାଜ୍ୟ ସରକାର ସ୍ଥାନୟ ବିଜୁ ପଟ୍ଟନାୟକ ପାର୍କରେ କୋଭିଡ ଯୋଦ୍ଧା ସ୍ମାରକୀ ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ନିର୍ମାଣ ହେବାକୁ ଥିବା ଏଭଳି ସ୍ମାରକୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ସଙ୍କେତ ଦେଇଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାରଙ୍କୁ ପତ୍ର ଲେଖି ଅବଗତ କରିବା ସହିତ ଏହି ଦାୟିତ୍ୱ ନେବାକୁ ଅନୁରୋଧ କରିଛନ୍ତି ।

କୋଭିଡ ଯୋଦ୍ଧା ସ୍ମାରକୀ ନିର୍ମାଣଲାଗି ପୂର୍ତ୍ତ ବିଭାଗକୁ ନୋଡାଲ ବିଭାଗ ଭାବେ ଘୋଷଣା କରାଯାିଚି । କୋଭିଡ ଯୋଦ୍ଧା ସ୍ମାରକୀ ରେ କୋଭିଡ ମହାମାରୀ ମୁକାବିଲାରେ ନିୟୋଜିତ ଯୋଦ୍ଧା ଏବଂ ସେମାନଙ୍କ ସେବାକୁ ଜାଣିବାର ବ୍ୟବସ୍ଥା କରାଯାଉଛି ।

ବିଜୁ ପଟ୍ଟନାୟକ ପାର୍କକୁ କୋଭିଡ ଯୋଦ୍ଧା ସ୍ମାରକୀ ପାଇଁ ପ୍ରସ୍ତାବିତ ସ୍ଥାନ ଭାବେ ଚିହ୍ନଟ କରାଯାଇଥିବାବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏହା ନକ୍ସା ତିଆରି ପାଇଁ ସ୍ଥପତିଙ୍କୁ ନିୟୋଜିତ କରାଯିବ । କୋଭିଡ ଯୋଦ୍ଧା ସ୍ମାରକୀ ନିର୍ମାଣର ଖର୍ଚ୍ଚ ପୂର୍ତ୍ତ ବିଭାଗର ବଜେଟ୍‍ରୁ ଭରଣା କରାଯିବ ।

ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ କୋଭିଡ ଯୋଦ୍ଧା ସ୍ମାରକୀ ଉଦ୍‍ଘାଟନ ପାଇଁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।