Home Cooperation ଜାରି ରହିବ ଫସଲ ବୀମା ଯୋଜନା

ଜାରି ରହିବ ଫସଲ ବୀମା ଯୋଜନା

ଭୁବନେଶ୍ୱର :  ଚଳିତ ବର୍ଷ ଏକ ନୂତନ ବୀମାଚକ୍ର (ଖରିଫ ୨୦୨୩ରୁ ରବି ୨୦୨୫-୨୬ ପର୍ଯ୍ୟନ୍ତ ) ଆରମ୍ଭ ହୋଇଛି । ରାଜ୍ୟ ସରକାର ଉପରୋକ୍ତ ଫସଲ ବୀମା ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ଫସଲ ବୀମାଚକ୍ର ପାଇଁ ଇ-ଟେଣ୍ଡର ମାଧ୍ୟମରେ ଚାରୋଟି ବୀମା କମ୍ପାନୀ ଚୟନ କରାଯାଇଛି ।

ସେଗୁଡ଼ିକ ହେଉଛି ଏଗ୍ରିକଲ୍‌ଚରାଲ୍‌ ଇନ୍‌ସୁରାନ୍ସ କମ୍ପାନୀ ଅଫ୍‌ ଇଣ୍ଡିଆ ଲିମିଟେଡ୍‌, ଏସ୍‌ବିଆଇ ଜେନେରାଲ ଇନ୍‌ସୁରାନ୍ସ କମ୍ପାନୀ ଲିମିଟେଡ୍‌, ଫୁ୍ୟଚର ଜେନେରାଲି ଇଣ୍ଡିଆ ଇନ୍‌ସୁରାନ୍ସ ଲିଃ ଏବଂ ରିଲିଆନ୍ସ ଜିଆଇସି ଲିମିଟେଡ୍‌ ।

ଖରିଫ ୨୦୧୬ ଠାରୁ ରାଜ୍ୟରେ ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ) କାର୍ଯ୍ୟକାରୀ ହେଉଛି । ପାଣିପାଗର ଅନିଶ୍ଚିତତା କାରଣରୁ ଚାଷୀମାନଙ୍କ ଫସଲ ଉତ୍ପାଦନରେ କ୍ଷତିରୁ ଏହି ଫସଲ ବୀମା ଯୋଜନା ସୁରକ୍ଷା ପ୍ରଦାନ କରିଥାଏ ।

ଏହି ଫସଲ ବୀମା ଯୋଜନା ଅଧୀନରେ ବିହନ ବୁଣିବାରେ ବାଧା, ଉତ୍ପାଦନର ମଧ୍ୟଭାଗରେ ପ୍ରତିକୂଳ ପରିସ୍ଥିତି ଦେଖାଦେବା, ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ହେତୁ କୃଷକଙ୍କ ଅନ୍ତିମ ଅମଳ କ୍ଷତି ଆଦି ବୀମାଭୁକ୍ତ ହୋଇଥାଏ । ଭାରତ ସରକାରଙ୍କ ଦ୍ୱାରା ପ୍ୟାନେଲଭୁକ୍ତ ବୀମା କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଖୋଲା ବିଡିଂ ପ୍ରକ୍ରିୟା ମାଧ୍ୟମରେ ପ୍ରତି ତିନିବର୍ଷରେ ଥରେ ମନୋନୀତ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ଏହି ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥାଏ ।

କୃଷକମାନେ ସାଧାରଣତଃ ଖରିଫ ପାଇଁ ବୀମାଭୁକ୍ତ ରାଶିର ୨ ପ୍ରତିଶତ ଏବଂ ରବି ଫସଲ ପାଇଁ ୧.୫ ପ୍ରତିଶତ (ବାଣିଜି୍ୟକ ଫସଲ ବ୍ୟତୀତ) ଏବଂ ବାଣିଜି୍ୟକ ଫସଲ ପାଇଁ ୫ ପ୍ରତିଶତ ପି୍ରମିୟମ୍‌ ଦେଇଥାନ୍ତି । ପ୍ରିମିୟମ୍‌ର ଅବଶିଷ୍ଟ ଅର୍ଥରାଶି ସବ୍‌ସିଡି ଭାବେ ପ୍ରଦାନ କରାଯାଇଥାଏ ଏବଂ ଏହି ସବ୍‌ସିଡି ଭାରତ ସରକାର ଓ ରାଜ୍ୟ ସରକାର ସମାନ ଅନୁପାତରେ ଦେଇଥାନ୍ତି ।

ଏହି ଫସଲ ବୀମା ଯୋଜନା ଅଧିନରେ ପ୍ରାୟ ୧୦ରୁ ୧୨ ଲକ୍ଷ ଚାଷୀମାନଙ୍କ ୧୦ ଲକ୍ଷ ହେକଫର ପରିମିତ ଚାଷଜମିକୁ ବୀମାଭୁକ୍ତ କରାଯାଉଛି ।

ରାଜ୍ୟର ଚାଷୀଭାଇମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବୀମାଭୁକ୍ତ କୃଷକ ସଂଖ୍ୟା ଏବଂ ଚାଷଜମିର ପରିମାଣ ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହି ଖରିଫ ଋତୁରୁ ରାଜ୍ୟ ସରକାର ଫସଲ ବୀମା ଯୋଜନା ଅଧିନରେ ବୀମା ପି୍ରମିୟମ୍‌ର କୃଷକଙ୍କ ଅଂଶ ନିଜସ୍ୱ ଉତ୍ସରୁ ବହନ କରିବେ । ଏହା ଦ୍ୱାରା ପି୍ରମିୟମ୍‌ ଅର୍ଥ ଅଭାବରୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ

ନାହିଁ । ଏହି ଯୋଜନା ଅଧିନରେ ରାଜ୍ୟ ସରକାର ନିଜସ୍ୱ ସବ୍‌ସିଡି ଅଂଶ ସହ ଚାଷୀଙ୍କ ପି୍ରମିୟମ୍‌ ଅଂଶ ବହନ କରିବେ । ପ୍ରତ୍ୟେକ ଚାଷୀଙ୍କୁ ୨ ହେକଫର (୫ ଏକର) ପର୍ଯ୍ୟନ୍ତ ଚାଷଜମି ଉପରେ ଏହି ସୁବିଧା ମିଳିବ । ଏହା ଦ୍ୱାରା ରାଜ୍ୟର ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇପାରିବେ ।

ଏହି ସୁବିଧା ପାଇବା ନିମନ୍ତେ ଚାଷୀମାନଙ୍କୁ ଯୋଜନା ଅଧିନରେ ପଂଜୀକରଣ କରିବାକୁ ପଡ଼ିବ ଏବଂ ସେମାନଙ୍କ ବ୍ୟାଙ୍କ ଖାତାକୁ ସଚଳ ଓ କାର୍ଯ୍ୟକ୍ଷମ କରିବା ପାଇଁ ଟୋକନ୍‌ ମନି ବାବଦରେ ଏକ ଟଙ୍କା ଦେବାକୁ ପଡ଼ିବ । ୨ ହେକଫରରୁ ଅଧିକ ଚାଷଜମି ଥିବା କୃଷକମାନଙ୍କୁ ୨ ହେକଫର ବାଦ ଅନ୍ୟ ଜମି ନିମନ୍ତେ ପି୍ରମିୟମ୍‌ ଅଂଶ ଦେବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସଂକଳ୍ପନାମା ଜାରି କରାଯାଇଛି ।