ଭୁବନେଶ୍ୱର : ଉତ୍କଳ ବିଶ୍ୱର ବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ତଥା ବରିଷ୍ଠ ପ୍ରଶାସକ ଡକ୍ଟର ଅଭୟ କୁମାର ନାୟକ ଟେମ୍ପୁଲସିଟି ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ (ଟିଆଇଟିଇ)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ।
ଟିଆଇଟିଇ ଅନ୍ୟତମ ଅଗ୍ରଣୀ ବୌଷୟିକ ଶିକ୍ଷାନୁଷ୍ଠାନ ହୋଇଥିବାବେଳେ ଏଠାରେ ସ୍ନାତକୋତ୍ତର ବିଭାଗରେ ଏମ୍ବିଏ ସମେତ ସ୍ନାତକ ବିଭାଗରେ କମ୍ପ୍ୟୁଟର ବିଜ୍ଞାନ, ସିଭିଲି ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଆଣ୍ଡ ଇଲେକଟ୍ରୋନିକ ଆଣ୍ଡ କମ୍ୟୁନିକେଶନ ପାଠ୍ୟକ୍ରମ ରହିଛି । ସେହିଭଳି ଡିପ୍ଲୋମା ବିଭାଗରେ ଅନୁରୂପ ପାଠ୍ୟକ୍ରମ ସହିତ ଆଇଟିଆଇରେ ଇଲେକ୍ଟ୍ରିକାଲ ଓ ଫିଟର ଆଦି ତାଲିମ ଦିଆଯାଉଛି ।
ଟିଆଇଟିଇର ପ୍ରିନ୍ସିପାଲ ଡକ୍ଟର ଅଜିତ କୁମାର ଖଟୁଆ, ଡିନ୍ ଡକ୍ଟର ଅନାଦି ଚରଣ ସାହୁ ଏବଂ ବରିଷ୍ଠ ଶିକ୍ଷାବିତ୍ଙ୍କ ଉପସ୍ଥିତିରେ ଡକ୍ଟର ନାୟକ ଏହାର ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି । ଦାୟିତ୍ୱ ଗ୍ରହଣ ସମୟରେ ଆଇଆଇଜି ଗ୍ରୁପ୍ର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ସାହୁ, ଆର୍ନ୍ତଜାତିକ ଯୋଗାଯୋଗ ଏବଂ ନଲେଜ ଟ୍ରଷ୍ଟର ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ ଯେ ଡକ୍ଟର ନାୟକ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସହିତ ରାଜ୍ୟର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାର ଦୀର୍ଘ ଅଭିଜ୍ଞତା ରଖିଛନ୍ତି । ରେଜିଷ୍ଟ୍ରାର ଭାବେ ଡକ୍ଟର ନାୟକ ଦାୟିତ୍ୱ ତୁଲାଇବା ସମୟରେ ଉତ୍କଳବିଶ୍ୱବିଦ୍ୟାଳୟରେ ଇ-ଲାଇବ୍ରେରୀ ଓ ସ୍ମାର୍ଟ କ୍ଲାସରୁମ୍ ଭଳି ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥିଲା ।
ଟିଆଇଟିଇର ଦାୟିତ୍ୱ ନେବାପରେ ଏହି ଶିକ୍ଷାନୁଷ୍ଠାନକୁ ଆଗକୁ ନେବା ସହିତ ଏଠାରେ କୃଷି, ପ୍ରବନ୍ଧନ, ସାଇବର ସୁରକ୍ଷା, ଡାଟା ସାଇନ୍ସ ସହିତ ଯୁକ୍ତ ଦୁଇ ବିଜ୍ଞାନ, ବିବିଏ, ଏମ୍ସିଏ ଏବଂ ଏମଏସଡବ୍ଲୁ ଭଳି ନୂତନ ପାଠ୍ୟକ୍ରମ ପ୍ରଚଳନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ କର୍ମଚାରୀମାନେ ଡକ୍ଟର ନାୟକଙ୍କୁ ଅଧ୍ୟକ୍ଷ ଭାବେ ପାଇ ଖୁସିବ୍ୟକ୍ତ କରିବା ସହିତ ତାଙ୍କ ଉଦ୍ୟମରେ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଟିଆଇଟିଇ ନୂଆ ବିପ୍ଲବ ଆଣିବ ବୋଲି କହିଛନ୍ତି ।