ଭୁବନେଶ୍ୱର : ସମଗ୍ର ଓଡିଶା ର ବିଭିନ୍ନ ସତସଙ୍ଗ ବିହାର, କେନ୍ଦ୍ର, ମନ୍ଦିର, କେନ୍ଦ୍ର, ମାନଙ୍କରେ ୩୦ଗୋଟି ଜିଲ୍ଲା ତଥା ୩୧୪ ବ୍ଲକ ଏବଂ ବିଭିନ୍ନ ବିଜ୍ଞାପିତ ପରିଷଦ ଅଞ୍ଚଳ ରେ ଗୁରୁ ଭାଈ, ମାଆ, ଯୁବକ ମାନେ ସମବେତ ହୋଇ ସତସଙ୍ଗ ର ପ୍ରଧାନ ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଶୁଭ ୫୬ ତମ ଆବିର୍ଭାବ ଦିବସ ପାଳନ ପାଇଁ ପ୍ରସ୍ତୁତି। ପ୍ରାୟ ୫୦ ଲକ୍ଷ ସତସଙ୍ଗୀ ପରିବାର ଙ୍କୁ ନେଇ ବିଭିନ୍ନ ଅନୁଷ୍ଠାନ ମାନ ସର୍ବତ୍ର ପାଳନ କରାଯିବ ବୋଲି ଆୟୋଜକ ମାନଙ୍କ ମଧ୍ୟରେ ଉତ୍ସାହ ଜାଗି ଉଠିଛି।
ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପ୍ରାତଃ ୪ ଘଣ୍ଟିକା ସମୟରୁ ଜନ୍ମ ଲଗ୍ନ ଘୋଷଣା । ଯଥା ସମୟରେ ସମବେତ ବିନତି, ନାମ ଜପ, ଗ୍ରନ୍ଥ ପାଠ, ସଂଗୀତଜ୍ଞ ମାନଙ୍କ ଦ୍ଵାରା ଭଜନ, କୀର୍ତ୍ତନ , ହସ୍ପିଟାଲରେ, ବୃଦ୍ଧା ଶ୍ରମ, ରେ ଫଳ ବଣ୍ଟନ, ପଶୁ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ବଣ୍ଟନ ଆୟୋଜନ କରାଯାଇଛି। ଓଡ଼ିଶାର ବିଭିନ୍ନ ଜାଗାରେ ଏହା କରା ଯିବ।
ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ନିର୍ଦେଶ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପ୍ରଦତ୍ତ ସତ ନାମ, ସତସଙ୍ଗ, ଜୀବନ, ବର୍ଦ୍ଧନ ଉପରେ ବିଭିନ୍ନ ଜାଗାରେ ଆଇଚନା କରାଯିବ। କେତେକ ଜାଗାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
କରୋମଣ୍ଡଳ ଏକ୍ସପ୍ରେସ ଟ୍ରେନ ରେ ଯାତ୍ରୀ ମାନଙ୍କ ମଧ୍ୟରୁ ରକ୍ଷା ପାଇଥିବା ଗୁରୁଭାଇ ମାନଙ୍କ ପ୍ରତ୍ୟକ୍ଷ ଅନୁଭୂତି ଆଲୋଚନା କରାଯିବ ।
ଶ୍ରୀ ଶ୍ରି ଠାକୁର ଙ୍କ ଦୟା, କରୁଣା ଏବଂ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଇଚ୍ଛାକୁ ପୁରାଣ କରିବା ପାଇଁ ଦୀକ୍ଷା ପତ୍ର କାର୍ଯକ୍ରମ, ମାତୃ ସମ୍ମିଳନୀ, ସମସ୍ତ ଙ୍କ ସହିତ ଯୋଗା ଯୋଗ ଉପରେ ସ୍ଥାନୀୟ ଭାଇ ଏବଂ ମାଆ ମାନେ ଭାବେ ବିଶେଷ ଦୃଷ୍ଟି ଦେବା ଉଦ୍ଦେଶ୍ୟରେ ଧ୍ୟାନ ଦିଆଯିବ।
ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଖୁସି ହେଲେ, ତୃପ୍ତ ହେଲେ ଶ୍ରୀ ଶ୍ରୀ ଠାକୁର ଙ୍କ ସେବା ଆମେ ଠିକ୍ ରୂପେ କରି ପରିବା ଜୀବନ ବର୍ଦ୍ଧନ ପଥ ରେ ସମସ୍ତଙ୍କୁ ସାମିଲ କରି ପାରିବା
ଦେଉଘର ମୂଳ ସତସଙ୍ଗ ଆଶ୍ରମ କର୍ତ୍ତୃପକ୍ଷଙ୍କ ତରଫରୁ ଭକ୍ତ ମାନେ ଇଷ୍ଟ ବୃତ୍ତି ତଥା ଅନ୍ୟାନ୍ୟ ଅର୍ଘ୍ୟ ନିୟମିତ ପ୍ରେରଣ ପାଇଁ ଏକ On line ବ୍ୟବସ୍ଥାର ଶୁଭ ଆରମ୍ଭ କରାଯିବ।