Home News in Odia ଘଣ୍ଟାପ୍ରତି ୬କିମି ବେଗରେ ଆଗଉଛି ଅବପାତ

ଘଣ୍ଟାପ୍ରତି ୬କିମି ବେଗରେ ଆଗଉଛି ଅବପାତ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗତ ୬ଘଣ୍ଟା ଧରି ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି ।

ଗତକାଲି ରାତି ସାଢେ ୧୨ଟା ସୁଦ୍ଧା ଏହା ପଶ୍ଚିମ- ପୋର୍ଟ ବ୍ଲେୟାରର ପ୍ରାୟ ୫୧୦ କିଲୋମିଟର ଏବଂ ଦକ୍ଷିଣ-ପଶ୍ଚିମ, କକ୍ସ ବଜାର (ବାଂଲାଦେଶ) ଠାରୁ ୧୪୬୦ କିଲୋମିଟର ଓ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଏବଂ ସୀତ୍ୱେ (ମିଆଁମାର) ର ୧୩୪୦ କିଲୋମିଟର ଦୂରେ ରହିଥିଲା ।

ଏହା ଧିରେ ଧିରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହିତ ୧୦ ମଇ ସନ୍ଧ୍ୟା ସୁଦ୍ଧା ସମାନ ଅଞ୍ଚଳରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବା ସହିତ ଧୀରେ ଧୀରେ ତୀବ୍ର ହେବାର ସମ୍ଭାବନା ରହିଛି । ଏହାପରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହା ଧୀରେ ଧୀରେ ୧୧ ମଇ ସକାଳ ସୁଦ୍ଧା ପ୍ରବଳ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି ।

ଏହା ୧୧ ମଇ ମଧ୍ୟରାତ୍ରିରେ ଦକ୍ଷିଣ-ପୂର୍ବ ଏବଂ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବା ସହିତ ଆହୁରି ତୀବ୍ର ହେବ । ଏହା ପରେ, ଧୀରେ ଧୀରେ ପୁନର୍ବାର ବକ୍ରଗତିରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଯାଇ ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ ୧୪ ମଇ ପୂର୍ବାହ୍ନରେ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଆଜି ମଧ୍ୟାହ୍ନରୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୫ ରୁ ୬୫ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । ମଧ୍ୟରାତ୍ରୀ ସୁଦ୍ଧା ପବନର ବେଗ ୧୦୦ କିଲୋମିଟର ପର୍ଯ୍ୟନ୍ତ ବଢିପାରେ । ସେହିଭଳି ୧୧ତାରିଖ ସଂଧ୍ୟାସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୧୧୦ ହେବ ବୋଲି ଆକଳନ ହୋଇଛି । ତେବେ ୧୩ ତାରିଖରୁ ପବନର ବେଗ ହ୍ରାସ ପାଇବ ।

ଏହି ସମୟରେ ସମୁଦ୍ରରେ ଉଚ୍ଚ ଲହଡି ଉଠିବା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ପ୍ରବେଶ ପାଇଁ ବାରଣ କରାଯାଇଛି ।