ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ।
ଆଇଏମଡି କହିଛି ଯେ ମେ ୭ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହା ମେ’ ୯ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ ।
ଏହି ଘୂର୍ଣ୍ଣିବଳୟ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗତି କରିବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ନିମ୍ନ ଚାପ ଅଞ୍ଚଳ ମେ ୮ ରେ ଏକ ଅବପାତରେ ପରିଣତ ହେବ ଏବଂ ମେ ୯ ରେ ଝଡବାତ୍ୟା଼ ଏବଂ ମେ ୧୦ ରେ ପ୍ରବଳ ଘୂର୍ଣ୍ଣି ଝଡ଼ରେ ପରିଣତ ହୋଇପାରେ ।
ତେବେ ଓଡିଶା ଉପକୂଳରେ ଏହାର ତୀବ୍ରତା, ପଥ ଏବଂ ପ୍ରଭାବ କିଭଳି ରହିବ ତାହା ଏପର୍ଯ୍ୟନ୍ତ ଆଇଏମ୍ଡି ପୂର୍ବାନୁମାନ କରିନାହିଁ ।
ଆଇଏମଡି ମହାନିର୍ଦ୍ଦେଶକ (ଡିଜି) ଶ୍ରୀ ମୃତୁଞ୍ଜୟ ମହାପାତ୍ର କହିଛନ୍ତି ଯେ ନିମ୍ନ ଚାପ ସୃଷ୍ଟି ହେବା ଏବଂ ଏହାର ପ୍ରଭାବରେ ଘୂର୍ଣ୍ଣିବଳୟ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ସହମତି ପ୍ରକାଶ ପାଇଛି ।
ଆମେ ଏହାର ପଥ ଏବଂ ତୀବ୍ରତା ଏବଂ ଯେଉଁ ଠାରେ ଏହା ମାଡ ହେବାର ସମ୍ଭାବନା ଅଛି ତାହା ର୍ନିଦ୍ଦିଷ୍ଟ କରିନାହୁଁ । ଥରେ ଲଘୁ ଚାପ ରୂପ ନେବା ପରେ, ଆମେ ସ୍ଥଳଭାଗ ଛୁଇଁବା ଏବଂ ଏହାର ତୀବ୍ରତା ବିଷୟରେ ବିସ୍ତୃତ ପୂର୍ବାନୁମାନ ପ୍ରଦାନ କରିବୁ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଉପକୂଳରେ ମାଡ ହେବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଡକ୍ଟର ମହାପାତ୍ର କହିଛନ୍ତି ।
ପ୍ରାରମ୍ଭରେ, ବାତ୍ୟା ଭଳି ପାଗ ହେବ ଏବଂ ତେଣୁ ମତ୍ସ୍ୟଜୀବୀମାନେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପ୍ରବେଶ କରିବା ଉଚିତ ନୁହେଁ । ମତ୍ସ୍ୟଜୀବୀ ସମ୍ପ୍ରଦାୟ ପାଇଁ ଏହା ଏକ ଚେତାବନୀ, ଆସନ୍ତା ୭ ତାରିଖରୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।
ଡିଜି ଆଇଏମଡି ସ୍ପଷ୍ଟ କରିଛି ଯେ ଓଡ଼ିଶା ଉପକୂଳ ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ ଏବଂ ଓଡିଶା ଉପରେ ଏହି ସିଷ୍ଟମର ପ୍ରଭାବ ବିଷୟରେ କୌଣସି ପୂର୍ବାନୁମାନ କରାଯାଇ ନାହିଁ ।
ଡକ୍ଟର ମହାପାତ୍ର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ କିନ୍ତୁ କୌଣସି ଘଟଣାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ । ସେ କହିଛନ୍ତି, ଆଇଏମଡି ଏହା ଉପରେ ନିୟମିତ ସୂଚନା ପ୍ରଦାନ କରିବ ।
ଗତ ଗ୍ରୀଷ୍ମକାଳୀନ ଘୂର୍ଣ୍ଣିବଳୟ “ଫନି” ପୁରୀ ନିକଟ ଓଡ଼ିଶା ଉପକୂଳରେ ୩ ମଇ ୨୦୧୯ ରେ ସ୍ଥଳଭାଗ ସ୍ପର୍ଶ କରିଥିଲା । ଏହା ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।