Home General ମନ କି ବାତ୍ ରେ ରାଜନୈତିକ ଉଦ୍ଦେଶ୍ୟ ନାହିଁ

ମନ କି ବାତ୍ ରେ ରାଜନୈତିକ ଉଦ୍ଦେଶ୍ୟ ନାହିଁ

ଝାରସୁଗୁଡା : ନରେନ୍ଦ୍ର ମୋଦିଜୀଙ୍କ ଐତିହାସିକା କାର୍ଯ୍ୟକ୍ରମ “ମନ୍ କି ବାତ୍‌” ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ଆସନ୍ତାକାଲି ୧୦୦ତମ ସଂସ୍କରଣ ପୂରଣ ହେବାକୁ ଯାଉଛି । ପ୍ରତ୍ୟେକ ଦେଶବାସୀ ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । “ମନ କି ବାତ୍‌”ରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ଏହା ସମ୍ପୂର୍ଣ୍ଣ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବର୍ଗର ବ୍ୟକ୍ତି ଏହାକୁ ଶୁଣିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ନିବେଦନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ଭଳି ଭାବେ ଦେଶର କୋଣ ଅନୁକୋଣରେ ରହିଥିବା ପ୍ରତିଭା ଓ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ୨୩ କୋଟି ଶ୍ରୋତା ନିୟମିତ ଭାବରେ ମନ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥାନ୍ତି, ୯୬ ପ୍ରତିଶତ ଜନତା ମନ କି ବାତ୍ ବିଷୟରେ ଅବଗତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ କି ବାତର ୧୦୦ତମ ଏପିସୋଡ ଅବସରରେ ଭାରତୀୟ ଜନତା ପାର୍ଟି ସମସ୍ତ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରିବା ସହ ଓଡ଼ିଶାରେ ୨ ହଜାରରୁ ଅଧିକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମନ କି ବାତ୍ କାର୍ଯ୍ୟକ୍ରମକୁ ବିଜେପି କାର୍ଯ୍ୟକର୍ତା, ସାଧାରଣ ଜନତା ଓ ସବୁ ରାଜନୈତିକ ଦଳ ଶୁଣିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ନିବେଦନ କରିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’କୁ ୧୦୦କୋଟିରୁ ଉର୍ଦ୍ଧ୍ୱ ଲୋକ ଶୁଣି ସାରିଲେଣି । ଦେଶର ୨୬କୋଟି ଲୋକ ଏହାକୁ ନିୟମିତ ଶୁଣୁଥିବା ବେଳେ ୫୬ପ୍ରତିଶତ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆସନ୍ତାକାଲି ମୋଦିଜୀଙ୍କ ମନ କି ବାତ୍ ବିଶ୍ୱ ରେକର୍ଡ ସ୍ଥାପନା କରିବ । ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦିଜୀ ତଳସ୍ତରରେ ଅସାଧାରଣ କାମ କରୁଥିବା ଏବଂ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିଛନ୍ତି । ମୋଦିଜୀ ସାମାଜିକ ସମସ୍ୟା ସମ୍ପର୍କରେ ବି ଚର୍ଚ୍ଚା ଆଲୋଚନା କରିବା ସହ ସାରା ଦେଶକୁ ସାଙ୍ଗରେ ନେଇ ଚାଲିବା ହେଉଛି ମନ କି ବାତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ମନ କି ବାତ୍ କାର୍ଯ୍ୟକ୍ରମ ଲୋକଙ୍କ ମନରେ ଆତ୍ମ ବିଶ୍ୱାସ, ତ୍ୟାଗ, ବଳିଦାନ ପାଇଁ ଖୋରାକ ଯୋଗାଇଛିି । ଦଳିିତ, ନିଷ୍ପେସିତ, ନିର୍ଯ୍ୟାତିତ ଲୋକଙ୍କୁ ସାମ୍ନାକୁ ଆଣିବା ସହ ନାରୀଶକ୍ତି ମନରେ ଆତ୍ମବିଶ୍ୱାସ ତିଆରି ହୋଇଛି । ସାରା ଦେଶ ଆଜି ଟେକନୋଲୋଜି ପଛରେ ଦୌଡୁଥିବାବେଳେ ରେଡିଓ ମାଧ୍ୟମରେ ମନ କି ବାତ୍ ୧୦୦ତମ ସଂସ୍କରଣରେ ପଂହଚିବା ଏକ ଐତିହାସିକ ବିଷୟ । ଏହି “ମନ କି ବାତ୍‌”ରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, ଏହା ସମ୍ପୂର୍ଣ୍ଣ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ ବର୍ଗର ବ୍ୟକ୍ତି ଏହାକୁ ଶୁଣିବାକୁ ଶ୍ରୀ ସାମଲ ନିବେଦନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।