Home Administration ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ମାଥି ଭାଥନନ

ଆଇଡବ୍ଲ୍ୟୁଏ ଉପଦେଷ୍ଟା ବୋର୍ଡରେ ମାଥି ଭାଥନନ

ଭୁବନେଶ୍ୱର : ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ (ଆଇଡବ୍ଲ୍ୟୁଏ)ର ଉପଦେଷ୍ଟା ପରିଷଦରେ ବରିଷ୍ଠ ଆଇଏଏସ ଅଫିସର ତଥା ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥନନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ୧୧ ଜଣ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ଶ୍ରୀ ଭାଥନନ ଭାରତରୁ ଜଣେ ପ୍ରତିନିଧି ଭାବରେ ଏହି ଆର୍ନ୍ତଜାତିକ ପରିଷଦକୁ ମନୋନୀତ ହୋଇଛନ୍ତି ।

ସହରାଞ୍ଚଳ ପରିମଳ ଅଭିଯାନକୁ ମାର୍ଗଦର୍ଶନ କରିବା, ଆବଶ୍ୟକୀୟ ନିର୍ଦ୍ଦେଶ ଦେବା, କାର୍ଯ୍ୟଧାରାକୁ ସମୀକ୍ଷା କରିବା ଏବଂ ସାମଗ୍ରିକ ଭାବେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ଦିଗରେ ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ କାର୍ଯ୍ୟ କରୁଛି । ଏହାର ସଦସ୍ୟ ଭାବରେ ଶ୍ରୀ ମାଥିଭାଥନନଙ୍କୁ ମନୋନୀତ କରାଯିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ ଟିମ ଓଡ଼ିଶା ଏବଂ ଟିମ ଅର୍ବାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ।

ସେ କହିଛନ୍ତି ଯେ, ସହରାଞ୍ଚଳ ପରିମଳ କ୍ଷେତ୍ରରେ ଟିମ ଓଡ଼ିଶା ଏବଂ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ସମସ୍ତ ସଦସ୍ୟଙ୍କ ପରିଶ୍ରମରେ ଏହା ସଫଳ ହୋଇଛି । ତେବେ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଯିବ । ଉଲ୍ଲେଖଥାଉ କି ଶ୍ରୀ ମାଥିଭାଥନନଙ୍କ ପ୍ରଚେଷ୍ଟାରେ ସହରାଞ୍ଚଳ ଶାସନ ବ୍ୟବସ୍ଥା ବା ବିକାଶ ପ୍ରକ୍ରିୟା ଏକ ମଡେଲ ହୋଇପାରିଛି । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଏହି ଅର୍ବାନ ଗଭର୍ଣ୍ଣାନ୍ସ ମଡେଲ ଏକାଧିକ ପୁରସ୍କାର ପାଇଛି ।

ଆଇଡବ୍ଲ୍ୟୁଏର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଯଥାକ୍ରମେ- ଫିଲିପାଇନ୍ସ, ଦକ୍ଷିଣ ଅ ।ଫ୍ରିକା, କେନିଆ, ସ୍ୱିଜରଲାଣ୍ଡ, ଥାଇଲାଣ୍ଡ ଓ ନେଦରଲାଣ୍ଡ ପ୍ରମୁଖ ଦେଶରୁ ମନୋନୀତ ହୋଇଛନ୍ତି । ଆଇଡବ୍ଲ୍ୟୁଏର ଉପଦେଷ୍ଟା ବୋର୍ଡ ସହିତ ଟାସ୍କଫୋର୍ସ ମଧ୍ୟ ଗଠିତ ହୋଇଛି । ବିଶ୍ୱସ୍ତରରେ ପରିମଳ ବ୍ୟବସ୍ଥା ଅଭିଯାନକୁ କିଭଳି ଅଧଳକ ଫଳପ୍ରଦ କରାଯାଇପାରିବ ସେ ଦିଗରେ ଆଇଡବ୍ଲ୍ୟୁଏ କାର୍ଯ୍ୟ କରୁଛି ।