Home General ବିଜୁ ଯୁବ ବାହିନୀର କିଛି କାର୍ଯ୍ୟକ୍ରମ ନାହିଁ

ବିଜୁ ଯୁବ ବାହିନୀର କିଛି କାର୍ଯ୍ୟକ୍ରମ ନାହିଁ

ଭୁବନେଶ୍ୱର : ବିଗତ ତିନିଟି ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ କୌଣସି ଆର୍ଥିକ ବ୍ୟବସ୍ଥା ହୋଇନାହିଁ । ଫଳରେ ଯୁବ ବାହିନୀ କୌଣସି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରିନାହିଁ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଜୁ ଯୁବ ବାହିନୀ ଏକ ସ୍ୱେଚ୍ଛାସେବୀ ବାହିନୀ ଭାବେ କାର୍ଯ୍ୟରତ ଥାଏ । ଏହାର ସ୍ୱେଚ୍ଛାସେବୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମାଜସେବା କାର୍ଯ୍ୟକ୍ରମମାନ ହାତକୁ ନେଇ ତାହାର ସୁପରିଚାଳନା କରିଥାନ୍ତି ।

ବିଜୁ ଯୁବ ବାହିନୀରେ ୨,୭୯,୨୬୮ଜଣ ଯୁବକ ଯୁବତୀ ସାମିଲ ହୋଇଥିଲେ । ରାଜ୍ୟ ସରକାର ଯୁବ ବାହିନୀ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୩୦,୧୩,୬୦,୪୪୮ ଟଙ୍କା ବ୍ୟୟ କରିଛନ୍ତି । ତେବେ ଯୁବ ବାହିନୀ ପାଇଁ ୨୦୨୦-୨୧, ୨୦୨୧-୨୨ ଓ ୨୦୨୨-୨୩ ବର୍ଷରେ କୌଣସି ଅର୍ଥ ବ୍ୟବସ୍ଥା ହୋଇନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)