ଭୁବନେଶ୍ୱର : ୧୯୮୯ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବର୍ତ୍ତମାନ ରାଜ୍ୟ ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଶ୍ରୀ ଜେନା ଆଗାମୀ ମାର୍ଚ୍ଚ ପହିଲାରେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃୟାରୀ ୨୮ ତାରିଖରେ ସମାପ୍ତ ହେଉଛି ।
ଉଲ୍ଲେଖନୀୟ ଯେ ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିବା ପରେ ରାଜ୍ୟ ସରକାର ତାଙ୍କୁ ଦୁଇ ଦୁଇ ଥର ମୁଖ୍ୟ ସଚିବ ପଦବୀରେ ନିଯୁକ୍ତି କରିଥିଲେ ।
ସେହିଭଳି ରାଜ୍ୟ ସରକାର ୧୯୯୧ ବ୍ୟାଚ୍ର ବରିଷ୍ଠ ଆଇଏସ୍ ଅଫିସର ଅନୁ ଗର୍ଗଙ୍କୁ ରାଜ୍ୟର ପରବର୍ତ୍ତୀ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀମତୀ ଗର୍ଗ ଏବେ ରାଜ୍ୟ ଜଳସମ୍ପଦ ବିଭାଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ତାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅତିରିକ୍ତ ଭାବେ ସେହି ଦାୟିତ୍ୱରେ ରଖାଯାଇଛି ।