Home Health ଫାଇଲେରିଆ ନିରାକରଣ ସଚେତନତା

ଫାଇଲେରିଆ ନିରାକରଣ ସଚେତନତା

ଭୁବନେଶ୍ୱର : ଫେବ୍ରୁୟାରୀ ୧୦ ତାରିଖରୁ ଫାଇଲେରିଆ ନିରାକରଣ ସ୍ୱାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ଔଷଧ ଖୁଆଇବେ । ଏହି ବାର୍ତ୍ତା କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୋଷ୍ଟୀ ବେତାର କେନ୍ଦ୍ର ରେଡିଓ ସମ୍ପର୍କ ଦ୍ଵାରା ସ୍ମାର୍ଟ ସହାୟତାରେ ଫାଇଲେରିଆ ନିରାକରଣ ପାଇଁ ଏକ ସଚେତନତା ମୂଳକ ପ୍ରଚାର ଅଭିଯାନ ଫେବ୍ରୁୟାରୀ ୧ ତାରିଖରୁ ଆରମ୍ଭ ହୋଇଛି । ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ମାଧ୍ୟମରେ ଲୋକଙ୍କ ପାଖରେ ଫାଇଲେରିଆ ରୋଗରୁ ରକ୍ଷା ପାଇବା ପାଇଁ ଫେବ୍ରୁୟାରୀ ୧୦ ତାରିଖରେ ଔଷଧ ସେବନ ପାଇଁ ସଚେତନ କରାଯାଉଛି ।

ଏଥି ସହିତ ରେଡିଓ ସମ୍ପର୍କ ଟିମ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କ ସହମିଶି କମ୍ୟୁନିଟିରେ ସଭା କରି ଲୋକଙ୍କୁ ସଚେତନ କରୁଛନ୍ତି । ରେଡିଓ ସମ୍ପର୍କର ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦ୍ଵାରା ଫେବ୍ରୁୟାରୀ ୧୦ ତାରିଖ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି । ଫାଇଲେରିଆ ରୋଗର କାରଣ, ଏହାର ନିରାକରଣ ଓ ଏଥି ସହିତ ଥିବା ସମସ୍ୟାକୁ ନେଇ ଗୋଷ୍ଟୀ ବେତାର କେନ୍ଦ୍ର ରେଡିଓ ସମ୍ପର୍କ ୮୯.୬ ଦ୍ଵାରା ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଏ ବିଷୟରେ ସୂଚନା ମଧ୍ୟ ଲୋକଙ୍କୁ ଦିଆଯାଉଛି  । ଏହି ଅଭିଯାନ ଫେବ୍ରୁୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ଫାଇଲେରିଆ ରୋଗ କ୍ୟୁଲେକ୍ସ ନାମକ ମଶା କାମୁଡିବା ଯୋଗୁଁ ବ୍ୟାପୀ ଥାଏ । ଏହା ଏକ ସଂକ୍ରମିତ ରୋଗ ଅଟେ । ଏହାକୁ ହାତୀପାଦ ରୋଗ ମଧ୍ୟ କୁହାଯାଏ ଓ ଏହି ରୋଗର ଲକ୍ଷଣ ୫ ରୁ ୧୫ ବର୍ଷ ପରେ ପ୍ରକାଶ ପାଏ । ଏହି ରୋଗର ଲକ୍ଷଣ ହେଲା ଜର ହେବା, ପାଦ ଦରଜ ହେବା, କୁଣ୍ଡାଇ ହେବା ଇତ୍ୟାଦି । ଏହି ରୋଗର କୌଣସି ଚିକିତ୍ସା ନାହିଁ ଓ ଏହି ରୋଗ ଥରେ ହେଲେ ସାରା ଜୀବନ ପାଇଁ ଏଥିରୁ ମୁକ୍ତି ମିଳେନା ।

ଶରୀରରେ ବିକଳାଙ୍ଗତା ସୃଷ୍ଟି କରିବା ସହିତ ଏହା ରୋଗୀର ମାନସିକତା କୁ ମଧ୍ୟ ପ୍ରଭାବିତ କରିଥାଏ । ବର୍ଷ କୁ ଥରେ ମାତ୍ର ଔଷଧ ସେବନ ଦ୍ଵାରା ଏହି ରୋଗରୁ ମୁକ୍ତି ମିଳିପାରିବ । ଜାନୁୟାରୀ ୨୮ ରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସାରା ଭାରତରେ ଫାଇଲେରିଆ ରୋଗ ର ନିରାକରଣ ପାଇଁ ଏକ ଅଭିଯାନ ଫେବ୍ରୁୟାରୀ ୧୦ ତାରିଖ ରେ ଆରମ୍ଭ କରିବେ ଓ ଏହି ଦିନ ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ଏକ ଦଳ ଘରଘର ବୁଲି ଲୋକଙ୍କୁ ଔଷଧ ଖୁଆଇବେ ।  ଫାଇଲେରିଆ ରୋଗ ଉପରେ ଜନସଚେତନା ଓ ଏହାର ସଂପୂର୍ଣ୍ଣ ନିରାକରଣ ହେଉଛି ଏହି ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ ।