ନୂଆଦିଲ୍ଲୀ : ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରିଣୀ ଡକ୍ଟର ମଞ୍ଜୁଳା ସୁବ୍ରମଣ୍ୟମଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ଜଟିଳ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଜାନୁଆରୀ ପହିଲା ୨୦୨୩, ରବିବାର ଦିନ ଭଦୋଦରା ସ୍ଥିତ ଏକ ଡାକ୍ତରଖାନାରେ ଡକ୍ଟର ସୁବ୍ରମଣ୍ୟମଙ୍କ ପରଲୋକ ଘଟିଥିଲା। ସେ ଗୁଜରାଟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ଲୋକସେବା ଓ ପ୍ରଶାସନିକ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରି ସେ ଅନେକ ସୁନାମ ଅର୍ଜନ କରିଥିଲେ।
ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର କହିଛନ୍ତି ଯେ, ନିଜର ସହକର୍ମୀ ଓ ଭଲ ବନ୍ଧୁଙ୍କୁ ହରାଇବା ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ଡକ୍ଟର ସୁବ୍ରମଣ୍ୟମ ଜଣେ ଦକ୍ଷ, ସମର୍ପିତ ଓ କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରିଣୀ ଥିଲେ ବୋଲି ସେ କହିଛନ୍ତି।
ଡକ୍ଟର ମିଶ୍ର ତାଙ୍କର ସ୍ମୃତିଚାରଣ କରି କହିଛନ୍ତି ଯେ, ଗୁଜରାଟ ସରକାରରେ ଡକ୍ଟର ସୁବ୍ରମଣ୍ୟମ ଜାମନଗର ଡିଡିଓ, ଅମ୍ରେଲି ଓ ଜୁନାଗଡ଼ର ଜିଲ୍ଲାପାଳ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ଏହା ଭିତରେ ସେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କାମ କରିଥିଲେ। କାର୍ଯ୍ୟ କ୍ଷେତ୍ରରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ଛାଡ଼ି ଯାଇଛନ୍ତି । ତାଙ୍କର କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଧାରା ଅନେକ ଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇରହିବ।
****
P.S.