ଭୁବନେଶ୍ୱର : ଓଡିଶାରେ ଚିହ୍ନଟ ହୋଇଛି ଓମିକ୍ରନର ନୂଆ ଭୂତାଣୁ ବିଏଫ୍.୭ । ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା କୋଭିଡର ଏହି ନୂଆ ଭୂତାଣୁ ରାଜ୍ୟର ଖୋରଧା ଜିଲ୍ଲାର ଜଣେ ମହିଳାଙ୍କ ଠାରେ ଚିହ୍ନଟ ହୋଇଥିବା ଜଣାଯାଇଛି ।
ଗତ ସେପ୍ଟେମ୍ବର ୨୨ ତାରିଖରେ ସମ୍ପୃକ୍ତ ମହିଳାଙ୍କ ଠାରୁ ସଂଗ୍ରହ ହୋଇଥିବା ନମୂନା ପରୀକ୍ଷାରୁ ଏହା ଜଣା ପଡିଥିଲା । ତେବେ ସେତେବେଳେ କେହି ଏହାକୁ ଗୁରୁତ୍ୱର ସହ ନେଇନଥିଲେ । ଆଜି କେନ୍ଦ୍ର ସରକାର କୋଭିଡ ସମୀକ୍ଷା ସମୟରେ ଏହା ପଦାକୁ ଆସିଥିଲା ।
ଏଥିରୁ ଜଣାପଡିଥିଲା ଯେ ଏହି ବିପଜ୍ଜନକ କୋଭିଡ ଭୂତାଣୁ ବିଏଫ୍.୭ ସମଗ୍ର ଦେଶରେ ତିନିଟି ନମୂନାରୁ ଚିହ୍ନଟ ହୋଇଥିବାବେଳେ ଏଥିରୁ ଦୁଇଟି ଗୁଜୁରାଟରୁ ଏବଂ ଗୋଟିଏ ଓଡିଶାରୁ ଥିଲା ।
ମିଳିଥିବା ସୂଚନା ଅନୁଯାୟୀ ଖୋରଧା ଜିଲ୍ଲାରୁ ଜଣେ ମହିଳାଙ୍କ ଠାରୁ ସଂଗ୍ରହ ନମୂନା ଆରଏମଆରସିରେ ଜେନମ ସିକ୍ୱେନ୍ସି ହେବାପରେ ଏହି ଭୂତାଣୁ ଠାବ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ନମୂନାରୁ ଏହି ଭୂତାଣୁ ଠାବ ହୋଇ ନାହିଁ ନଥିବା ସୂଚନା ମିଳିଛି ।