Home General ସଂଗଠନ ଛାଡି ଘର ସଂସାର କଲେ ମାଓବାଦୀ

ସଂଗଠନ ଛାଡି ଘର ସଂସାର କଲେ ମାଓବାଦୀ

ଭୁବନେଶ୍ୱର : ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାପାଇଁ ଓଡିଶା ପୁଲିସ୍‍ର ଉଦ୍ୟମ ଏବେ ଫଳବତୀ ହେବାରେ ଲାଗିଛି । ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ସପ୍ନତା ପାଟମାଝି (ନନ୍ଦିନୀ) ଓ ଫୁଲବତୀ ଉଶେଣ୍ଡି (କରୁଣା)ଙ୍କର ଧୂମଧାମରେ ବିବାହ ଅନୁଷ୍ଠିତ ହୋଇଛି । ସ୍ୱପ୍ନିତା ପାଟମାଝି ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ ଏବଂ ପ୍ରାୟ ଦେଢ ବର୍ଷ ସଂଗଠନରେ କାର୍ଯ୍ୟ କରିବାପରେ ୨୦୧୯ ମସିହାରେ କନ୍ଧମାଳ ଏସ୍‍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ ।

ଫୁଲବତୀ ଉଶେଣ୍ଡି (କରୁଣା) ୨୦୦୮ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ ଏବଂ ସେ ଦୀର୍ଘ ୧୩ ବର୍ଷ ସଂଗଠନରେ କାର୍ଯ୍ୟ କରିବାରେ ୨୦୨୧ ମସିହାରେ ପୁଲିସ୍‍ ମହାନିର୍ଦ୍ଦେଶକଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ ।

ପୁଲିସ୍‍ ପାଖରେ ଆତ୍ମସମର୍ପଣ କରିବାପରେ ଓଡିଶା ସରକାରଙ୍କ ଘୋଷଣା ମୁତାବକ ଏହି ଦୁଇଜଣଙ୍କୁ ଆତ୍ମସମର୍ପଣର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଏହି ଦୁଇ ଜଣଙ୍କୁ ଆତ୍ମନିର୍ଭରଶୀଳ କରିାପାଇଁ ସିଲେଇ ତାଲିମ ମିଳିଛି ।

ସେମାନେ ବିବାହ କରିବାପାଇଁ ସ୍ଥିର କରିବାପରେ ସେମାନଙ୍କ ପସନ୍ଦର ପୁଅଙ୍କ ସହିତ ବିବାହ ହୋଇଛିା ଦୁଇ ଜଣଙ୍କର ବୈବାହିକ ଜୀବନ ଭରିଉଠୁ ବୋଲି କନ୍ଧମାଳ ପୁଲିସ୍‍ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି । ଏହା ସହିତ ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ଆତ୍ମ ସମର୍ପଣ କରବାପାଇଁ ଆହ୍ୱାନ ଦିଆଯାଇଛି ।

ମାଓବାଦୀ ଭାଇ ଭଉଣୀମାନେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ଉଠାଇବାପାଇଁ କନ୍ଧମାଳ ପୁଲିସ୍‍ ତରଫରୁ ଆହ୍ୱାନ ଦିଆଯାଇଛି ।