ଭୁବନେଶ୍ୱର : ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ତିନିଟି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଛି । ଆଗାମୀ ଆଉ ୩୧ଟି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବାର ଯୋଜନା ରହିଛି ।
ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ଦଶବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ନଦୀବନ୍ଧ ଯୋଜନା ମଧ୍ୟରେ କଙ୍କଡାଜୋର ନାଳା ଉପରେ ଟିଟିଲାଗଡ ନଦୀବନ୍ଧର ତୃତୟ ପର୍ଯ୍ୟାୟ, ଇନ୍ଦ୍ର ନଦୀ ଉପରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଦେଓ ନଦବୀ ଉପରେ ଦେଓ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ।
ତେବେ ଆଗାମୀ ଦିନରେ ରାଜ୍ୟରେ ଆଉ ୩୧ଟି ନଦୀ ବନ୍ଧ ଯୋଜନା କାର୍ଯ୍ୟକାରୀ ହେବାର ଯୋଜନା ରହିଛି । ଏହିସବୁ ପ୍ରକଳ୍ପ ମଧ୍ୟରେ ବଂଶଧାରା ଉପରେ ଲୋୟର ବଂଶଧାରା ଡ୍ୟାମ, ଅଙ୍ଗ ନଦୀବରେ ଅଙ୍ଗ ପ୍ରକଳ୍ପ, ମହାନଦୀରେ ତେଲିଜୋର, ଲକ୍ଷ୍ମୀପଥର, ଇବ୍, ଜୀରା ନଦୀରେ ଜୀରା ପ୍ରକଳ୍ପ, କୋଲାବରେ ମିଡିଲି କୋଲାବ ଡ୍ୟାମ, ନାଗାବଳୀରେ ଲୋୟର ନାଗାବଳୀ ପ୍ରକଳ୍ପ ଆଦି ରହିଛି । (ତଥ୍ୟ)