Home General ଆହାର କେନ୍ଦ୍ରର ମୂଲ୍ୟାୟନ କରାଯିବ

ଆହାର କେନ୍ଦ୍ରର ମୂଲ୍ୟାୟନ କରାଯିବ

ଭୁବନେଶ୍ୱର : : ସମସ୍ତ ଆହାର କେନ୍ଦ୍ରର ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  ଗୋଷ୍ଠୀ ସହଭାଗିତା ଏଜେଣ୍ଡାର  ଅଂଶ ସ୍ୱରୂପ ସହରାଞ୍ଚଳରେ ପରିଚାଳିତ ସମସ୍ତ ୧୬୭ ଆହାର କେନ୍ଦ୍ରର ପରିଚାଳନା ମିଶନ ଶକ୍ତିର ଏସଏଚଜିକୁ ହସ୍ତାନ୍ତର କରାଯାଇଛି। ସେବା ଗୁଡ଼ିକର ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ଏବଂ ପରିବେଷଣ କରାଯାଉଥିବା ଖାଦ୍ୟର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଆହାର କେନ୍ଦ୍ରରେ ନିୟୋଜିତ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଆଜି ମୂଲ୍ୟାୟନ ପ୍ରକ୍ରିୟା ଉପରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ହୋଇଛି।  ଗୃହ ଓ ନଗର ଉନ୍ନଯନ ବିଭାଗ ଯୁଗ୍ମ ସଚିବ ତଥା ଆହାର ଯୋଜନା  ଓଏସଡି ସାରଦା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲାର ଡୁଡା ବିଶେଷଜ୍ଞ ଏବଂ ୧୧୫ଟି ସହରାଞ୍ଚଳର ସହର ମିଶନ ପରିଚାଳକ ଏହି ବୈଠକରେ ଯୋଗ ଦେଇଥିଲେ।

ଶ୍ରୀ ପଣ୍ଡା ବିସ୍ତୃତ ଆକଳନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେବା ସହିତ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ସହ ମତ ବିନିମୟ କରିଥିଲେ। ଆହାର କେନ୍ଦ୍ର ପରିଚାଳନା ଦିଗରେ ସେମାନଙ୍କ ଅବଦାନ ଓ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ଗୁଣାତ୍ମକ ମାନ, ସ୍ୱଚ୍ଛତା ଏବଂ ପ୍ରଦର୍ଶନ ଆଧାରିତ ମୂଲ୍ୟାଙ୍କନକୁ ସୁନିଶ୍ଚିତ କରିବା ଲାଗି କହିଥିଲେ। ସଠିକ୍ ସମୟରେ ଅନୁଧ୍ୟାନ ଏବଂ ମୂଲ୍ୟାୟନ ଉପରେ ଗୁରୁତ୍ୱାରୋପ କରି ପ୍ରତ୍ୟେକ ଆହାର କେନ୍ଦ୍ରରେ ସମନ୍ୱୟ ରକ୍ଷା କରିବା ଆବଶ୍ୟକ। ଯଦି କୌଣସି ସମସ୍ୟା ରହିଛି ତା’ର ତୁରନ୍ତ ସମାଧାନ କରିବା ଲାଗି ପରାମର୍ଶ ଦେଇଥିଲେ।