ଭୁବନେଶ୍ୱର : ରାଜ୍ୟରେ ଯେତିକି ସଂଖ୍ୟକ ଡକାୟତି ହେଉଛି ତାହାର ପ୍ରାୟ ଛଅ ଗୁଣ ଧର୍ଷଣ ହେଉଛି । ରାଜ୍ୟରେ ଘଟିଥିବା ଡକାୟତି, ଚୋରି, ଧର୍ଷଣ ଓ ଯୌତୁକ ନିର୍ଯ୍ୟାତନା ସଂକ୍ରାନ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ତିନି ବର୍ଷର ପରିସଂଖ୍ୟାନରୁ ଏହା ଜଣାଯାଇଛି ।
କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯ ମସିହାରେ ରାଜ୍ୟରେ ୫୮୭ ଟି ଡକାୟତି ଘଟଣା ଘଟିଥିବାବେଳେ ଧର୍ଷଣ ସଂଖ୍ୟା ଥିଲା ୨୯୫୦ । ସେହିଭଳି ୨୦୨୦ ରେ ଡକାୟତି ଓ ଧର୍ଷଣ ସଂଖ୍ୟା ଯଥାକ୍ରମେ ୫୧୪ ଓ ୨୯୮୪ ଥିବାବେଳେ ୨୦୨୧ ରେ ଏହା ୫୫୨ ଓ ୩୩୨୭ ରହିଥିଲା । ତେବେ ରାଜ୍ୟରେ ଡକାୟତି ଭଳି ଅପରାଧ ହ୍ରାସ ପାଉଥିବାବେଳେ ଧର୍ଷଣ ମାମଲା କିନ୍ତୁ ବଢିବାରେ ଲାଗାଛି ।
ସେହିଭଳି ୨୦୧୯ରେ ରାଜ୍ୟୋର ଚୋରି ସଂଖ୍ୟା ୧୦,୭୬୬ ଥିବାବେଳେ ୨୦୦ରେ ୧୦,୪୧୨ ଓ ୨୦୨୧ ରେ ୧୩,୦୨୪ ରହିଥିଲା । ସେହିଭଳି ଯୌତୁକ ନିର୍ଯ୍ୟତନା ସଂଖ୍ୟା ଏହି ତିନି ବର୍ଷରେ ଯଥା କ୍ରମେ ୨୫୩୨, ୩୧୩୫ ଓ ୪୮୮୯ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)