Home Education ରାଜଧାନୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ରାଜଧାନୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଭୁବନେଶ୍ୱର : ସ୍ୱାଧୀନତାର ୭୫ବର୍ଷ ଅମୃତ ମହୋତ୍ସବ ଅବସରରେ ଏନ୍‌.ସି.ସି. ଦିବସ ଉପଲକ୍ଷେ ରାଜଧାନୀ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଓ ଏନ୍‌.ସି.ସି. ଶାଖାର ମିଳିତ ଆନୁକୂଲ୍ୟରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟର ଯୁବରେଡକ୍ରସ୍ ଶାଖାର ପରାମର୍ଶଦାତା ଡ଼ଃ ସମୀର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ସାମଲଙ୍କ ଦ୍ୱାରା ଏହି ଶିବିର ଉଦଘାଟିତ ହୋଇଥିଲା ଯେଉଁଥିରେ ଏନ୍ ସି ସି ର ଛାତ୍ରଛାତ୍ରୀ ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରି ପିଲାମାନଙ୍କର ଉତ୍ସାହ ବଢାଇ ନିଜର ସାମାଜିକ ଦାୟିତ୍ୱ ବିଷୟରେ ସଚେତନ କରାଇଥିଲେ । ଲେପ୍ଟନାଣ୍ଟଣ୍ଟ ଲଳିତା ଦାସୀ ନାୟକ, ସୁଶ୍ରୀ ଶୀତଲ ଜେନା ପ୍ରମୂଖ ଅଧ୍ୟାପିକାମାନେ ରକ୍ତଦାନ କରିଥିଲେ । ଓଡିଶା ରାଜ୍ୟଶାଖା ରେଡକ୍ରସ ସୋସାଇଟି, କଟକ ତରଫରୁ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହା ବ୍ୟତିରେକ ଏକ ଜନସଚେତନତା ପଦଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଏନ୍‌ସିସିର ଦେଶ ର୍ନିମାଣ ପ୍ରକ୍ରିୟାରେ ଯୋଗଦାନ ବିଷୟରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।