Home Administration କୃତଜ୍ଞତା ଜଣାଇଲା ସଚିବାଳୟ ସେବାସଂଘ

କୃତଜ୍ଞତା ଜଣାଇଲା ସଚିବାଳୟ ସେବାସଂଘ

ଭୁବନେଶ୍ୱର : ଆଜି ରାଜ୍ୟ ସଚିବାଳୟ ସେବାସଂଘର ସଭ୍ୟ, ସଭ୍ୟା ବହୁ ସଂଖ୍ୟାରେ ଲୋକସେବା ଭବନ ପରିସରରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସମ୍ମୁଖ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇ , ନିକଟ ଅତୀତରେ ସରକାର ତା’ଙ୍କ କ୍ୟାଡ଼ରର ପ୍ରଥମ ଶ୍ରେଣୀ ପାହ୍ୟାରେ ପଦବୀ ସୃଷ୍ଟି କରି ପଦୋନ୍ନତି ପାଇଁ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିଥିବାରୁ , ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ ଟି ସଚିବ , ଗୃହ ସଚିବଙ୍କୁ ଧନ୍ୟବାଦ ଜଣାଇବା ସହିତ ସଂଘ ତରଫରୁ କୃତଜ୍ଞତା ଜଣାଇଥିଲେ ।

ଆଜି ମଧ୍ୟାହ୍ନ ଭୋଜନ ବିରତି ସମୟରେ ସଚିବାଳୟ ସେବାସଂଘ ତରଫରୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସମ୍ମୁଖ ପଡିଆରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସଂଘର ଅନ୍ୟୁନ ଦୁଇ ହଜାର ସଭ୍ୟ ଏ’ ସଭାରେ ଯୋଗଦେଇଥିଲେ । ବିଗତ ବର୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସଚିବାଳୟ ସେବାର ପୁନର୍ବିନ୍ୟାଶ ସହିତ କେତେକ ପଦବୀ ସୃଷ୍ଟିକରି ସେବାବର୍ଗର ସଭ୍ୟଙ୍କ ପାଇଁ ପଦୋନ୍ନତିର ପ୍ରଶସ୍ତ ସୁଯୋଗ ସୃଷ୍ଟି କରିଥିବାରୁ, ଉକ୍ତ ସଭାରେ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

କ୍ୟାଡ଼ରର ସହକାରୀ ଉପବିଭାଗ ଅଧିକାରୀ ପଦବୀର ଦରମା ହାର କେନ୍ଦ୍ରୀୟ ସଚିବାଳୟ ହାର ସହିତ ସମାନ କରିବାକୁ ବହୁଦିନରୁ ଦାବିହୋଇଆସୁଥିଲେ ମଧ୍ୟ , ସରକାର ତାକୁ ପୂରଣ କରୁନଥିବା ଯୋଗୁଁ ଉପସ୍ଥିତ ସଭ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଅଭିଯୋଗ କରି କହିଥିଲେ ଯେ ସରକାର ରାଜ୍ୟର ଅନ୍ୟ କେତେକ ସେବା ବର୍ଗର ଦରମା ସମ୍ପର୍କିତ ଦାବି ପୂରଣ କରୁଥିବାବେଳେ , ସଚିବାଳୟ ସେବାର ଏ ଦାବିପ୍ରତି ଗୁରୁତ୍ଵ ଦେଉନଥିବାରୁ, ସଂଘରେ ଦିନକୁ ଦିନ ଅସନ୍ତୋଷର ଦାନା ବାନ୍ଧୁଛି ବୋଲି କହିଥିଲେ ।