Home Health ମ୍ୟାଗନମ୍ ଫାଉଣ୍ଡେସନର ୧୦୦ ୟୁନିଟ୍‍ ରକ୍ତ ସଂଗ୍ରହ

ମ୍ୟାଗନମ୍ ଫାଉଣ୍ଡେସନର ୧୦୦ ୟୁନିଟ୍‍ ରକ୍ତ ସଂଗ୍ରହ

ଭୁବନେଶ୍ୱର : ଦୀର୍ଘ ୨୩ ବର୍ଷ ଧରି ମ୍ୟାଗନମ୍ ଡିବି ଫାଉଣ୍ଡେସନ ରାମେଶ୍ୱରୋର ଆୟୋଜନ କରି ଆସୁଛି ରକ୍ତ ଦାନ ଶିବିର । ରକ୍ତ ଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତ ଚାହିଦାକୁ ପୂରଣ କରିବାରେ ହୋଇଛି ସହାୟଜ ।

ଆଜି ମ୍ୟାଗନମ୍ ଡିବି ଫାଉଣ୍ଡେସନ ପକ୍ଷରୁ ନିରାକାର ପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମ୍ୟାଗନମ୍ ଡିବି ଫାଉଣ୍ଡେସନର ବହୁ ସଦସ୍ୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଓ ଗୁରୁମା, ନିରାକାର ପୁର ଥାନାର ଅଧୀକାରୀଙ୍କ ସହ ଅନେକ ପୋଲିସ୍ କର୍ମଚାରୀ ରକ୍ତଦାନ କରିଥିଲେ । ସ୍ଥାନୀୟ ଯୁବକ ଯୁବତୀ ମାନେ ଯୋଗ ଦେଇ ସ୍ୱେଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ ।

ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ମ୍ୟାଗନମ୍ ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ରମେଶ ମହାପାତ୍ର, ଫାଉଣ୍ଡେସନର ଉପାଧ୍ୟ୍ୟକ୍ଷ ଗୀତାରାଣୀ ପାଢୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରେମ ଶତପଥ. ସମିତା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱର ବ୍ଲଡ୍ ବ୍ୟାଙ୍କର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନେ ମାନେ ଏଥିରେ ସଂପୁର୍ଣ ସହଯୋଗ ଜରିଥିଲେ ।