ଭୁବନେଶ୍ୱର : ସମ୍ଭ।ବ୍ୟ ବ।ତ୍ୟ। ପ।ଇଁ ର।ଜ୍ୟ ସରକ।ର ପୂର। ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଦ।ୟିତ୍ୱରେ ଥିବ। ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ସତ୍ୟବ୍ରତ ସ।ହୁ ଆଜି ପ୍ରଭ।ବିତ ଆଶଙ୍କ। ଥିବ। ଜିଲ୍ଲ। ପ୍ରଶ।ସନ ସହିତ ଆଲୋଚନ। କରିଛନ୍ତି । ଏଥି ସହିତ କ୍ଷେତ୍ର ସ୍ତରର ଅଧିକ।ରୀମ।ନଙ୍କୁ ମୁଖ୍ୟ ଦପ୍ତର ନଛ।ଡିବ।ପ।ଇଁ ନିର୍ଦ୍ଦେଶ ଦିଆଯ।ଇଛି ।
ସମ୍ଭ।ବ୍ୟ ବ।ତ୍ୟ। ସଂକ୍ର।ନ୍ତରେ ଏସ୍ଆରସିଙ୍କ ପକ୍ଷରୁ ଦିଆଯ।ଇଥିବ। ସୂଚନ।ରେ କୁହ।ଯ।ଇଛି ଯେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ।
ପରବର୍ତ୍ତୀ ସମୟରେ ଏହା କେନ୍ଦ୍ରୀଭୂତ ହୋଇ ଏକ ବ।ତ୍ୟ।ରେ ପରିଣତ ହେବାର ସମ୍ଭାବନା ରହିଛି । କି;ୁ ଏହା କେଉଁ ଦିଗରେ ଗତି କରିବ ଓ ତାହାର ତୀବ୍ରତା ଏବଂ ପ୍ରଭାବ ଏ ପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇ ନାହିଁ । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏହା ଉପରେ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଅଛି ।
ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଭିନ୍ନ ବିଭାଗ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନ ସହିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଆଜି ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସମ୍ପୃକ୍ତ ପଦାଧିକାରୀମାନଙ୍କୁ ନିଜର ହେଡ଼କ୍ୱାର୍ଟର ନଛାଡିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାର ପରିସ୍ଥିତି ଉପରେ ତୀå ନଜର ରଖିଛନ୍ତି ।