Home News in Odia ହୀରାକୁଦର ୪ ଟି ଗେଟରେ ଜଳ ନିଷ୍କାସନ

ହୀରାକୁଦର ୪ ଟି ଗେଟରେ ଜଳ ନିଷ୍କାସନ

ଭୁବନେଶ୍ୱର : ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ଅବପାତରେ ପରିଣତ ହୋଇ ଓଡିଶା ଅତିକ୍ରମ କରିସାରିଛି । ଏବେ ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

ଆଜି ଅପରାହ୍ନରେ ହୀରାକୁଦର ଜଳପତ୍ତନ ୬୨୦.୪୩ ଫୁଟ୍‌ ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୬ ହଜାର ୧୮୬ କ୍ୟìସେକ୍‌ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୬୮୫ କ୍ୟìସେକ୍‌ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୫ ଲକ୍ଷ ୯୦ ହଜାର କ୍ୟìସେକ୍‌ ଜଳ ପ୍ରବାହିତ ହେଉଅଛି । ବଡମୂଳଠାରେ ୭ ଲକ୍ଷ ୬୭ ହଜାର କ୍ୟìସେକ୍‌ ଜଳ ପ୍ରବାହିତ ହେଉଅଛି ।

ସେହିପରି ମୁଣ୍ଡଳୀଠାରେ ୮ ଲକ୍ଷ ୩୫ ହଜାର ୬୭୨ କ୍ୟìସେକ୍‌ ଜଳ ପ୍ରବାହିତ ହେଉଅଛି । ମୁଣ୍ଡଳୀ ସମେତ ସବୁ ସ୍ଥାନରେ ଜଳସ୍ତର କ୍ରମଶଃ ହ ୍ରାସ ପାଉଛି । ଆବଶ୍ୟକସ୍ଥଳେ ହୀରାକୁଦରେ ଖୋଲାଥିବା ୪ ଟି ଗେଟକୁ ମଧ୍ୟ ବନ୍ଦ କରିଦିଆଯାଇପାରେ ।

ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୩ଟି ବ୍ଲକ୍‌ ୬୦୭ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୨ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୭୬୩ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୨୪୮ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷ ୪ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।

ବନ୍ୟାରେ ୧୮୬୬ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଲଗାଣ ବର୍ଷାରେ ୩୯୧୬ଟି ଘର ଭାଙ୍ଗିଯାଇଛି । ସେହିପରି ଲଗାଣ ବର୍ଷାରେ ୮ଟି ଜିଲ୍ଲାର ୫୨ଟି ବ୍ଲକ ଅନ୍ତର୍ଗତ ୨୬୩ଟି ଗ୍ରାମପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୫୨୪ଟି ଗ୍ରାମ ପ୍ରଭାବିତ ହୋଇଛି ଓ ୨୬ ହଜାର ୯୮୨ ଲୋକ ପ୍ରଭାବିତ ହୋଇଛନ୍ତି ଏହି ଅଞ୍ଚଳରେ ୧୪ଟି ରିଲିଫ କେନ୍ଦ୍ରରେ ୨ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି

ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ହାରାହାରି ୪୨.୬ ମିଲି ମିଟର ବର୍ଷା ହୋଇଥିବାବେଳେ, କନ୍ଧମାଳରେ ସର୍ବାଧିକ ୧୩୫.୫ ମି.ମି, ମୟୂରଭଞ୍ଜରେ ୧୨୫.୨ ମି.ମି, ବୌଦ୍ଧରେ ୯୮.୮ ମି.ମି., ବାଲେଶ୍ୱରରେ ୯୭.୧ ମି.ମି., କଳାହାଣ୍ଡିରେ ସର୍ବାଧିକ ୯୨.୬ ମି.ମି. ବର୍ଷା ହୋଇଛି ।
ବନ୍ୟାପ୍ରଭାବିତ ଅଞ୍ଚଳରେ ୩ ଲକ୍ଷ ୮୭ ହଜାର ବିଦ୍ୟୁତ୍‌ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥି ମଧ୍ୟରୁ ୩ ଲକ୍ଷ ୬୪ ହଜାର ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି ।

ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୬୩ ମେଡିକାଲ ରିଲିଫ୍‌ କେନ୍ଦ୍ର ଖୋଲା ଯାଇଥିବାବେଳେ, ୧୧୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍‌ ମୃତୟନ ହୋଇଛି । ୪୨ ହଜାର ଓଆରଏସ୍‌ ପ୍ୟାକେଟ୍‌, ୧ ଲକ୍ଷ ୭୭ ହଜାର ହାଲୋଜିନ୍‌ ବଟିକା ବଣ୍ଟାଯାଇଛି । ଏହି ସମୟ ମଧ୍ୟରେ ୬୭୦୦ଟି ସାଧାରଣ ରୋଗର ଚିକିତ୍ସା କରାଯାଇଥିବାବେଳେ, ୧୨ ଟି ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି ।

ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ଟି ଭେଟେରିନାରୀ ଟିମ୍‌ ନିୟୋଜିତ ହୋଇଛି । ୪୦୭ଟି କ୍ୟାମ୍ପ ଆୟୋଜିତ ହୋଇଥିବାବେଳେ ୧୮ ହଜାରରୁ ଊଦ୍ଧ୍ୱର୍ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯାଇଛି । ୧୦ଟି ଜିଲ୍ଲାକୁ ମୋଟ ୬୧୩.୯୮୩ ମେଟ୍ରିକ ଟନ୍‌ ଗୋଖାଦ୍ୟ ଯୋଗାଇ
ଦିଆଯାଇଛି ।

ବନ୍ୟାଞ୍ଚଳରେ ୧୬୦ଟି ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାବେଳେ, ୯ ଟି ପାଇପ୍‌ ଲାଇନ୍‌କୁ ସ୍ୱାଭାବିକ କରାଯାଇଛି । ୬୧୮ଟି ନଳକୂପକୁ ବିଶୋଧନ କରାଯାଇଛି, ୧ ଲକ୍ଷ ୫୦ ହଜାର ପାଣି ବୋତଲ, ୭ ଲକ୍ଷ ୫୦ ହଜାର ପାଣି ପାଉଚ୍‌ ବଣ୍ଟାଯାଇଛି । ୧୫୩ଟି ଭ୍ରାମ୍ୟମାଣ ଜଳଯୋଗାଣ ଟ୍ୟାଙ୍କର ନିୟୋଜିତ କରାଯାଇଛି ।