ଭୁବନେଶ୍ୱର : ରାଜ୍ୟ ମହିଳା କମିଶନରେ ବର୍ତ୍ତମାନ ସୁଦ୍ଧା ୭୭,୫୬୯ଟି ମାମଲା ପହଞ୍ଚିଥିବା ବେଳେ ଏଥିରୁ ୭ହଜାରରୁ ଅଧିକ ମାମଲା ଗଡୁଛି । ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୧୯୯୩ ମସିହାରେ ମହିଳା କମିଶନ ଗଠନ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୭୭,୫୬୯ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୭୦,୨୮୧ଟି ମାମଲା ଫଏସଲା ହୋଇଛି । ଏବେବି ଫଏସଲା ଅପେକ୍ଷାରେ ୭୨୮୮ଟି ମାମଲା ମହିଳା କମିଶନରେ ଗଡୁଛି ।
ଏହି ଉତ୍ତରରୁ ଜଣାପଡୁଛି ଯେ ୧୯୯୩ ମସିହାରେ ମହିଳା କମିଶନଙ୍କ ନିକଟକୁ ମାତ୍ର ୯୬୧ଟି ମାମଲା ଆସିଥିବା ବେଳେ ଏଥିରୁ ୭୮ଟିର ଫଏସଲା ହୋଇଥିଲା । ୨୦୨୧ରେ ଆୟୋଗକୁ ଆସିଥିବା ମାମଲା ସଂଖ୍ୟା ୨୩୫୦ରେ ପହଞ୍ଚିଥିବା ବେଳେ ଏହି ବର୍ଷ କିନ୍ତୁ ଆୟୋଗରେ ସର୍ବାଧିକ ୫୪୬୩ଟି ମାମଲାର ଫଏସଲା ହୋଇଥିଲା ।