Home News in Odia ୨୨ଲକ୍ଷ ୪୬ହଜାର ହେକ୍ଟର ଜମି ଜଳସେଚିତ

୨୨ଲକ୍ଷ ୪୬ହଜାର ହେକ୍ଟର ଜମି ଜଳସେଚିତ

ଭୁବନେଶ୍ୱର : ରାଜ୍ୟରେ ୬୧ଲକ୍ଷ ୮୦ ହଜାର ହେକ୍ଟରରୁ ଅଧିକ ଚାଷପଯୋଗୀ ଜମି ଥିବାବେଳେ ଇତିମଧ୍ୟରେ ୨୨ଲକ୍ଷ ୪୬ ହେକ୍ଟରରୁ ଅଧିକ ଜମିରେ ଜଳ ସେଚନ ସୁବିଧା କରାଯାଇଛି ।

ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଶ୍ରୀମତୀ ସାହୁ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୬୧,୮୦,୨୪୬ ହେକ୍ଟର ଚାଷ ଜମି ଥିବାବେଳେ ସେଥିମଧ୍ୟରୁ ବୃହତ୍‍ ଓ ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ କେନାଲ ଯୋଗେ ୨୨,୪୬,୫୧୦ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ।

ଏହାବାଦ୍‍ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୩,୪୬,୪୦୫ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ହୋଇଛି । ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ୨,୦୮,୩୨୫ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା କରାଯାଇପାରିଛି । ଏତଦ୍‍ବ୍ୟତୀତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୧୫,୮୬୭ଟି ଆଡିବନ୍ଧ ନିର୍ମାଣ କରାଯାଇ ଏହାର ଆଖପାଖରେ ଥିବା ୧,୬୬,୧୦୫ ହେକ୍ଟର ଚାଷ ଜମିରେ ଜଳସେଚନର ବ୍ୟବସ୍ଥା ହୋଇଛି । (ତଥ୍ୟ)