Home Administration ସାମାଜିକ ଗଣମାଧ୍ୟମର ବ୍ୟବହ।ର ଉପରେ ଗୁରୁତ୍ୱ

ସାମାଜିକ ଗଣମାଧ୍ୟମର ବ୍ୟବହ।ର ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଜନସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସେମାନଙ୍କର ଭୂମିକାରେ ଅଧିକ କ୍ରିୟାଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ ।

ସମୟ ଅନୁସାରେ ଲୋକସଂପର୍କର ପରିଭାଷା ବଦଳିଛି । ରାଜ୍ୟ ସରକାର ୫-‘ଟି’ ଆଧାରରେ ନାଗରିକ କୈନ୍ଦ୍ରିକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭାଗର ଉନ୍ନତି ପାଇଁ ବିଭାଗର କାର୍ଯ୍ୟକୁ ଅଧିକ ଦକ୍ଷତା ଓ ନିଷ୍ଠାର ସହ ସଂପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି । ବିଭାଗରେ ଥିବା ପୁରୁଣା ଦୁର୍ଲଭ ଫଟୋ, ପ୍ରମାଣିକ ଚଳଚ୍ଚିତ୍ର, ପୁରୁଣା ଚଳଚ୍ଚିତ୍ରଗୁଡ଼ିକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷଣ କରି ରଖିବାର ଆବଶ୍ୟକତା ରହିଛି ।

ବିଭାଗ ତରଫରୁ ପ୍ରକାଶିତ ହେଉଥିବା ପୁରାତନ ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭୁ୍ୟ’ର ସଂଖ୍ୟାଗୁଡ଼ିକୁ ଓଡ଼ିଆ ଭର୍ଚୁଆଲ ଏକାଡେମୀ ସହଯୋଗରେ ଡିଜିଟାଇଜେସନ୍‌ କରାଯିବା ବିଭାଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଜନସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସେମାନଙ୍କର ଭୂମିକାରେ ଅଧିକ କ୍ରିୟାଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ମୁଖ୍ୟତଃ ସରକାରଙ୍କ ଭାବମୂର୍ତ୍ତି ଗଠନର ଦାୟିତ୍ୱ ନିର୍ବାହ କରିଥାନ୍ତି । ଗଣତନ୍ତ୍ର ସରକାରରେ ବହୁ ଲୋକାଭିମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସକି୍ରୟ ଭାବେ କାର୍ଯ୍ୟ କରିବା ସହ ଜିଲ୍ଲାର କଳା, ସଂସ୍କୃତି ବିଭିନ୍ନ ବିଭବ ସଂପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରନ୍ତୁ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କହିଲେ ଯେ ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ସର୍ବଦା ଆଗୁଆ ରହିବା ସାଙ୍ଗକୁ ଦକ୍ଷତାର ସହ ନିୟମିତ ଭାବେ କାର୍ଯ୍ୟ ସଂପାଦନ କରିବାର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଏବଂ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମର ସବିଶେଷ ସୂଚନା ବିତରଣ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କର ଦାୟିତ୍ୱ ରହିଥିବାରୁ ସେଗୁଡ଼ିକୁ ଯଥାର୍ଥ ଭାବରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି କହିଲେ ଯେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତିକୁ ସାମୂହିକ ଭାବେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମୟ ସହ ତାଳଦେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ବିଭାଗୀୟ ବୈଷୟିକ ଅଧିକାରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ପାୱାର ପଏଣ୍ଟ ମାଧ୍ୟମରେ ୫-‘ଟି’ ଓ ‘ମୋ ସରକାର’, ଜିଲ୍ଲାସ୍ତରରେ ପରିଲକ୍ଷିତ ହେଉଥିବା ବିଭିନ୍ନ ସମସ୍ୟା, ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ବିକି୍ରଲବ୍ଧ ଅର୍ଥ ନିୟମିତ ଟ୍ରେଜେରୀରେ ପଇଠ କରିବା, ସୂଚନା ଅଧିକାରୀ ଆଇନର କାର୍ଯ୍ୟକାରିତା, ସାମ୍ବାଦିକ କଲ୍ୟାଣ ଓ ସ୍ୱାସ୍ଥ୍ୟବୀମା, ସାମାଜିକ ଗଣମାଧ୍ୟମର ବ୍ୟବହାର ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ଏହି ସମ୍ମିଳନୀରେ ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ସହକାରୀ ବିତ୍ତ ପରାମର୍ଶଦାତା ପୃଥ୍ୱୀରାଜ ପାଣି, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ଉପନିର୍ଦ୍ଦେଶକ(ଦକ୍ଷିଣାଞ୍ଚଳ) ଗୁରବୀର୍‌ ସିଂ, ଉପନିର୍ଦ୍ଦେଶକ(କେନ୍ଦ୍ରାଞ୍ଚଳ) ହେମନ୍ତ କୁମାର ନାୟକ, ଉପନିର୍ଦ୍ଦେଶକ(ଉତ୍ତରାଞ୍ଚଳ) ବିଜୟ କୁମାର ମିଶ୍ର, ଉପନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ସ୍ମିତା କର, ଡ. ଜ୍ୟୋତିର୍ମତୀ ସାମନ୍ତରାୟ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶର୍ୟିନୀ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାରୁ ଆସିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଯୋଗଦେଇଥିଲେ ।