ବଡମ୍ବା : ବଡମ୍ବା ସତସଙ୍ଗ ପରିବେଶକୁ ଲକ୍ଷ୍ୟ ରଖି ଏହାର ବର୍ଦ୍ଧନ ପାଇଁ ଏହି ୱେବ୍ ସତସଙ୍ଗରେ ଦେଓଘର ସତସଙ୍ଗର ସହ ସଚିବ ଡକ୍ଟର ବିନାୟକ ମହାପାତ୍ର ପ୍ରତି ରୀତ୍ୱିକ୍ , ମୂଖ୍ୟ ଅତିଥି ରୂପେ ଯୋଗଦେଇ ସ୍ଥାନୀୟ କର୍ମୀ ମାନଙ୍କ ମଧ୍ୟରେ ପ୍ରେରଣା ପ୍ରଦାନ କରିଥିଲେ।
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଭାବଧାରା ପ୍ରଚାରରେ, ପ୍ରସାର ନିମନ୍ତେ ସ୍ଥାନୀୟ, କର୍ମୀ ଗୁର ଭାଈ ମାନଂକ ପ୍ରଚେଷ୍ଟାକୁ ପ୍ରସଂସା କରି ଏହି ନୀରବ ଆନ୍ଦୋଳନରେ ସଂହତି ରଖି ନିଜ ନିଜର ସ୍ୱପ୍ନ କୁ ସାକାର କରିବା ପାଇଁ ଚେଷ୍ଟା କଲେ ଭଲ ବୋଲି କହିଥିଲେ।
ଅଭ୍ୟାସ ବଳରେ, ସତ ଚରିତ୍ର ଗଠନ କରି, ବ୍ୟକ୍ତି, ଦମ୍ପତି,ପରିବାର, ସମାଜକୁ, ସୁନ୍ଦର ଭାବରେ ଗଢି ତୋଳିବା ଗୀତା, ମହାଭାରତ,ରାମାୟଣ, ବୁଦ୍ଧ, ଶ୍ରୀ ଶ୍ରୀ ରାମକୃଷ୍ଣ ଦେବ, କବି, ରବୀନ୍ଦ୍ର ନାଥ ଠାକୁରଙ୍କ ଉକ୍ତିକୁ ନେଇ ଉତ୍ତମ ଚରିତ୍ର ଗଠନ, ଦକ୍ଷ ହେବାର ରାସ୍ତା ଉପରେ ଆଲୋଚନା କରିଥିଲେ।
ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରାକୁ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଇଚ୍ଛାକୁ ପୂରଣ କରିବାକୁ, ସରକାରୀ ଆଇନ ମୁତାବକ, ଶାନ୍ତ, ସରଳ ଭାବରେ ଇଷ୍ଟ ପ୍ରତିଷ୍ଠା ପାଇଁ ଏହି କାମରେ ସମସ୍ତେ ଲାଗି ରହିବାକୁ ଆହ୍ବାନ ଦେଇଥିଲେ।
ଓଡିଶା ତଥା ଓଡିଶା ବାହାରୁ ବହୂ ସତସଙ୍ଗ କର୍ମୀ ମାନେ, ବିଭିନ୍ନ, ସୁନାମଧନ୍ୟ କଳାକାର ମାନେ, ଭଜନ, କୀର୍ତନ, ବାଣୀ ପାଠ କରିଥଲେ। ବଡ଼ମ୍ବା ସତସଙ୍ଗ କେନ୍ଦ୍ର ଓଡିଶା ରେ ସଦଦିକ୍ଷା ପ୍ରସାର ପାଇଁ ୧୯୯୭ ମସିହା ଠାରୁ ବହୁବାର ସକ୍ରିୟ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥଲେ।
୧୯୮୭ ମସିହାରେ ପ୍ରତିଷ୍ଠିତ ସତସଙ୍ଗ କେନ୍ଦ୍ରକୁ ବର୍ଦ୍ଧନ ପାଇଁ ଚେଷ୍ଟିତ କର୍ମୀ ମାନଂକୁ ପ୍ରଶଂସା କରିଥଲେ । ଆଚାର୍ଯ୍ୟ ଦେବଙ୍କ କଥାକୁ ପ୍ରତି ଘରେ ଘରେ ପରିଚିତ କରାଇବାକୁ ସମସ୍ତେ ଲାଗି ରହିବା ପାଇଁ ଶ୍ରୀ ମହାପାତ୍ର ନିବେଦନ କରିଥିଲେ ।
ଏହି ୱେବ୍ ସତସଙ୍ଗ ରେ ବଡମ୍ବା ଅଞ୍ଚଳ ର ଶତାଧିକ ପରିବାର ଆଲୋଚନା କୁ ଉପଭୋଗ କରି ଶିକ୍ଷଣୀୟ ବୋଲି ପ୍ରକାଶ ପାଇଥିଲା । ଇଷ୍ଟ ସ୍ବାର୍ଥ ପ୍ରତିଷ୍ଠା ପାଇଁ ଏହି କାମରେ ସମସ୍ତେ ସାମିଲ ହେବା ପାଇଁ ଏକ ପ୍ରକାର ଚେଷ୍ଟା ଜାରି ରହିବ ବୋଲି ବଡମ୍ବା ରେ ସମସ୍ତେ ଖୁସି ଆନନ୍ଦ ଅନୁଭବ କରି ଥିଲେ।
ଡକ୍ଟର ମହାପାତ୍ର ଓଡିଶା ସତସଙ୍ଗ ଆନ୍ଦୋଳନ ରେ ଜୀବନ ରେ ସମସ୍ତ ତ୍ୟାଗ କରି , ଇଷ୍ଟ ପ୍ରତିଷ୍ଠା ରେ ସର୍ବଦା ଜାଗ୍ରତ, ଓଡିଶା ରେ ସମସ୍ତ କେନ୍ଦ୍ର, ବିହର ମନ୍ଦିର, ତଥା କର୍ମୀ, ମାନଙକପାଇଁ ଅତି ନିଜର ତେଣୁ ଇଷ୍ଟ ପ୍ରତିଷ୍ଠା ପାଇଁ, ଜୀବନ ରେ ଉନ୍ନତି ପାଇଁ, ଜ ଜ ନ, ଯା ଜ ନ,ଇସ୍ତବୃତି, ସ୍ୱସ୍ତୟିନି,ସଦାଚାର, ପାଳନ, କରିବା ପାଇଁ ସେ ସୁନ୍ଦର ଶିକ୍ଷା ପ୍ରଦାନ କରିଥିଲେ।