Home Education ଚାପମୁକ୍ତ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଚାପମୁକ୍ତ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ପରୀକ୍ଷା ପେ ଚର୍ଚ୍ଚା ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାକି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହୋଇଥାଏ । ଏହି ରୋମାଞ୍ଚକର କାର୍ଯ୍ୟକ୍ରମ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ, ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ପାରସ୍ପରିକ କଥାବାର୍ତ୍ତା ଉପରେ ପର୍ଯ୍ୟବେସିତ ।

ଏହି ଜୀବନ୍ତ ପାରସ୍ପରିକ କଥାବାର୍ତ୍ତାର ଉଦ୍ଦେଶ୍ୟ ହେଉଛି ପରୀକ୍ଷା ପରିସ୍ଥିତି ଏବଂ ଛାତ୍ରମାନଙ୍କ ପ୍ରସ୍ତୁତି ରଣନୀତି ବିଷୟରେ ଆଲୋଚନା କରିବା ଏବଂ ଅଭିଭାବକମାନଙ୍କ ସହିତ ପରୀକ୍ଷା ପାଇଁ ମୂଲ୍ୟବାନ ଟି« ଏବଂ ପରାମର୍ଶ ଦେବା, ପରୀକ୍ଷା ସମୟରେ ନିଜ ପିଲାମାନଙ୍କ ପାଇଁ ଚାପମୁକ୍ତ ପରିବେଶ ନିଶ୍ଚିତ କରିବାକୁ ପିତାମାତାଙ୍କ ସହିତ ଫଳପ୍ରଦ ପରାମର୍ଶ ଦେବା ।

ପରୀକ୍ଷା ପେ ଚର୍ଚ୍ଚା ପଞ୍ଚମ ସଂସ୍କରଣ ୧ ଏପ୍ରିଲ ୨୦୨୨ ରେ ନୂଆଦିଲ୍ଲୀର ତଳକୋଟାର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଲାଇଭ୍‌ ଇଭେଣ୍ଟଟି ଓଡିଶାର ବିଭିନ୍ନ ବିଦ୍ୟାଳୟରେ ପିଲାମାନେ ଟିଭି ଚାନେଲ ମାଧ୍ୟମରେ ଦେଖିଥିଲେ ।

ଡିଜିଟାଲ୍‌ ପ୍ଲାଟଫର୍ମରେ ଲାଇଭ୍‌ ଷ୍ଟ୍ରିମିଂ ଜରିଆରେ ଲାଇଭ୍‌ ଇଣ୍ଟରାକେସନ୍‌ ଅଧିବେଶନ ଦେଖିବା ପାଇଁ କ୍ୟାପିଟାଲ୍‌ ହାଇସ୍କୁଲ୍‌, ୟୁନିଟ୍‌-୩ , ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ, ଛାତ୍ର ଏବଂ ସେମାନଙ୍କର ସମ୍ପୃକ୍ତ ପିତାମାତା ଅଂଶଗ୍ରହଣ କରିଥିଲେ ଏବଂ ଏକ ସକରାତ୍ମକ ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓସେପା, ଶ୍ରୀ ଅନୁପମ ସାହା ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ଇଣ୍ଟରାକଫିଭ୍‌ ଇଭେଣ୍ଟର ଏହି ନୂତନ ସଂସ୍କରଣର ଏଜେଣ୍ଡା ଥିଲା ଜାତୀୟ ଶିକ୍ଷା ନୀତି ୨୦୨୨, ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଭୂମିକା, ପରିବର୍ତ୍ତନ ଏବଂ ନୂତନ ଚିନ୍ତାଧାରା କିମ୍ବା ପରୀକ୍ଷଣ ପାଇଁ ପ୍ରବର୍ତ୍ତିତ ପଦ୍ଧତି ଉପରେ ବିସ୍ତୃତ ଆଲୋଚନା । ଏହା ପ୍ରି-ପରୀକ୍ଷଣ ଚାପ, ଚାପମୁକ୍ତ ପରୀକ୍ଷା ପରି କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମଧ୍ୟ ସ୍ପର୍ଶ କରିଥିଲା ।