Home General ବରମୁଣ୍ଡା ବସ୍‍ଷ୍ଟାଣ୍ଡ ଖର୍ଚ୍ଚ ଅଟକଳ ବଢିନି

ବରମୁଣ୍ଡା ବସ୍‍ଷ୍ଟାଣ୍ଡ ଖର୍ଚ୍ଚ ଅଟକଳ ବଢିନି

ଭୁବନେଶ୍ୱର : ବରମୁଣ୍ଡା ବସ୍‍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିଲେ ମଧ୍ୟ ଏହାର ବ୍ୟୟ ଅଟକଳ ବୃଦ୍ଧି ପାଉନାହିାଁ । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବରମୁଣ୍ଡା ବସ୍‍ଷ୍ଟାଣ୍ଡକୁ ବିଶ୍ୱସ୍ତରୀୟ କରିବାପାଇଁ ରାଜ୍ୟ ସରକାର ୧୭୪.୩୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟ ସମ୍ପାଦନ ନିମନ୍ତେ ବ୍ରିଜ ଆଣ୍ଡ ରୁଫ୍‍ କୋ ଇଣ୍ଡିଆ ଲିମିଟେଡ ସହିତ ୧୬୦.୬୬ କୋଟି ଟଙ୍କାର ଏକ ଚୁକ୍ତିନାମା ବିଡିଏ ଦ୍ୱାରା ସ୍ୱାକ୍ଷରିତ ହୋଇଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋଭିଡ ମହାମାରୀ, ପରିବହନ ନିଗମ ତରଫରୁ ଆବଣ୍ଟନ ସଂସ୍ଥା ବିଶେଷକରି ଅଫିସ ଗୃହ, ଦୋକାନ, ବିଭିନ୍ନ ଅନୁଷ୍ଠାନ, ଲଜ୍‍, ଯାତ୍ରୀ ପ୍ରତୀକ୍ଷାଳୟର ଉଚ୍ଛେଦ ସହିତ ପରିବହନ ନିଗମର ନିଜସ୍ୱ ଦପ୍ତର ଓ ୱାର୍କସପ୍‍ ଖଣ୍ଡଗିରିକୁ ସ୍ଥାନାନ୍ତରିତ ଯୋଗୁଁ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଅଛି । (ତଥ୍ୟ)