ଭୁବନେଶ୍ୱର : ୧୯୩୭ ମସିହାରୁ ଏପର୍ଯ୍ୟନ୍ତ ଓଡିଶା ବିଧାନସଭାର ସମସ୍ତ ବିବରଣୀ, ସମ୍ବାଦପତ୍ରରେ ବିଧାନସଭା ସମ୍ପର୍କିତ ପ୍ରକାଶିତ ସମସ୍ତ ବିବରଣୀ, ବିଭିନ୍ନ ସମ୍ବାଦପତ୍ର ଏବଂ ପତ୍ରପତ୍ରିପାରେ ପ୍ରକାଶିତ ବିଧାନସଭା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଲେଖା ଏଣିକି ଡିଜିଟାଲ ହେବାପାଇଁ ନିଷତ୍ତି ଗ୍ରହଣ କରାଯାଇଛି
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏନଆଇଏସ୍ଜି ତରଫରୁ ପ୍ରଦତ୍ତ ମାର୍ଗ ନିର୍ଦ୍ଦେଶିକା ଉପରେ ବିଶଦ ଆଲୋଚନା ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏନ୍ଆଇଏସ୍ଜି ତରଫରୁ ପ୍ରଦତ୍ତ ୬ଲକ୍ଷ ଟଙ୍କା ଅନୁଦାନରେ ଏହାର ପ୍ରାରମ୍ଭିକ ଅନୁଧ୍ୟାନ କରାଯିବ ଏବଂ ପରେ ଖର୍ଚ୍ଚ ଅଟକଳ ନିର୍ଦ୍ଧାରଣ ହେବ ।
ପୁନଶ୍ଚ ଏ ମଧ୍ୟରେ ସମ୍ପନ୍ନ ହୋଇଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନ୍ୟ ଏକ ବୈଠକରେ ଜାନୁୟାରୀ ପ୍ରଥମ ସପ୍ତାହରେ ସମୀକ୍ଷା କରାଯିବ । ଆଜିର ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ଦେବାନନ୍ଦ ଦୋରା, ଉପସଚିବ ଡୁଙ୍ଗଡୁଙ୍ଗ୍ ମଟରାଜ, ଏନ୍ଆଇସିର ବରିଷ୍ଠ ବୈଜ୍ଞାନିକ ନିଳାଦ୍ରୀ ମହାନ୍ତି, ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ ଓ ସାଧାରଣ ପରିଚାଳକ ଏନ୍.ଏମ୍.ଇନ୍ଦ୍ରକାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।