Home Education ଓଡିଆ ଭାଷାରେ ବୈଷୟିକ ଶିକ୍ଷା ପାଇଁ ରାଜିନାମା

ଓଡିଆ ଭାଷାରେ ବୈଷୟିକ ଶିକ୍ଷା ପାଇଁ ରାଜିନାମା

ଭୁବନେଶ୍ୱର : ଓଡିଆ ଭାଷାରେ ଇଞ୍ଜିନିୟରିଂ ପାଠ ପଢା ପାଇଁ ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଏବଂ ଇନଷ୍ଟିଟ୍ୟୁଟ୍ ଅଫ୍ ଓଡିଆ ଷ୍ଟଡି ଆଣ୍ଡ ରିସର୍ଚ୍ଚ (ଆଇଓଏସ୍‍ଆର) ର ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଛି । ଏହି ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି ।

ସମାବେଶକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ରାଜିନାମା ଓଡିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଅଧ୍ୟୟନ ସାମଗ୍ରୀର ବିକାଶରେ ସହାୟକ ହେବ । ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷା ନୀତି (ଏନ୍‍ଇପି) -୨୦୨୦ ର ସବୁଠାରୁ ବଡ଼ ସୁପାରିଶ ହେଉଛି ମାତୃଭାଷାରେ ଶିକ୍ଷା ଦେବା ।

ସେ କହିଛନ୍ତି ଯେ ଏନ୍‍ଇପି ଏକ ଶିଶୁର ଆଲୋଚନା ଭିତ୍ତିକ ଚିନ୍ତାଧାରାକୁ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଥାଏ, ଯାହା କେବଳ ସ୍ଥାନୀୟ ଭାଷା ମାଧ୍ୟମରେ ସମ୍ଭବ ହୋଇପାରିବ । ସ୍ଥାନୀୟ ଭାଷାରେ ଇଞ୍ଜିନିୟରିଂ ଅଧ୍ୟୟନ ମଧ୍ୟ ନୂତନତ୍ୱ ଏବଂ ବୃହତ ନିଯୁକ୍ତି ପାଇଁ ବାଟ ଖୋଲିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ମାତୃଭାଷାରେ ଅଧ୍ୟୟନ କରିବା ଦ୍ୱାରା କୌଣସି ଭୁଲ ଧାରଣା ରହିବା ଉଚିତ ନୁହେଁ । ଜାପାନ, ଚୀନ୍‌, ଇଟାଲୀ କିମ୍ବା ଜର୍ମାନୀ ହେଉ, ସମସ୍ତ ବିକଶିତ ଦେଶ କେବଳ ସେମାନଙ୍କର ସ୍ଥାନୀୟ ଭାଷାକୁ ପ୍ରୋତ୍ସାହିତ ଏବଂ ବ୍ୟବହାର କରନ୍ତି ଏବଂ ସେମାନେ ଅତ୍ୟଧିକ ବିକଶିତ ଅଟନ୍ତି ।

ବିକଶିତ ଦେଶର ଉଦାହରଣ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭୁବନେଶ୍ୱରରେ ବିଦେଶୀ ଭାଷା ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ବିକଶିତ କରିବାକୁ ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଏଭଳି କେନ୍ଦ୍ର ଆମ ଯୁବକମାନଙ୍କ ପାଇଁ ଅନେକ ରୋଜଗାର ସୃଷ୍ଟି କରିବ ।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଇଓଏସ୍‍ଆର ଏବଂ ଏଆଇସିଟିଇ ପରୋପକାରୀ ମୋଡରେ ଏହି ପ୍ରକଳ୍ପ ଗ୍ରହଣ କରନ୍ତି ଆଇଓଏସ୍‍ଆର ସଠିକ୍ ଭାବରେ ‘ଶିକ୍ଷା ଦାନ୍‌\’ ର ଅର୍ଥ ବ୍ୟାଖ୍ୟା କରୁଛି । ଉଭୟ ଅନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଓଡିଆ ଭାଷାରେ ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି ।

ଭାଷାକୁ ରୂପାନ୍ତର ତଥା ନିଯୁକ୍ତି ପାଇଁ ଶିକ୍ଷା ଭାଷା ଭାବରେ ବ୍ୟବହାର କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଭାରତର ପ୍ରଥମ ଭାଷାଭାଷୀ ରାଜ୍ୟ ଭାବରେ ଓଡିଶାର ୧୦୦ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ଆମକୁ ଆଗାମୀ ୧୫ ବର୍ଷ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ପଡିବ ଏବଂ ଏଥିପାଇଁ ଚାରୋଟି ଜିନିଷର ଯତ୍ନ ନେବା ଆବଶ୍ୟକ – ପୁଷ୍ଟିକର ଖାଦ୍ୟ, ଭାଷା, ଶିକ୍ଷା ଏବଂ ରୋଜଗାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆଜି ରାଜିନାମା ସ୍ୱାକ୍ଷର ସମାରୋହରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ଡି ସହସ୍ରବୁଦ୍ଦେ, ଆଇଓଏସ୍‍ଆରର ଅଧ୍ୟକ୍ଷ ଅବସର ବେଉରରିଆ ସଦସ୍ୟ ସଚିବ ଡକ୍ଟର ସୁବ୍ରତ କୁମାର ପ୍ରୁଷ୍ଟି, ଆଇଆଇଟି ଖାରଗପୁର ନିର୍ଦ୍ଦେଶକ ଡଃ.ବୀରେନ୍ଦ୍ର କୁମାର ତିୱାରୀ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଆର.ଭି ରାଜକୁମାର ପ୍ରମୁଖ ଯୋଗ ଦେଇଥିଲେ ।