ଭୁବନେଶ୍ୱର : ବେଦାନ୍ତ କମ୍ପାନୀ ତାହାର କାରଖାନାରୁ ଉତ୍ପାଦିତ ବିଜୁଳିର ୩୦ ପ୍ରତିଶତ ଗ୍ରିଡ୍କୋକୁ ଦେବ । ୨୫ବର୍ଷ ପାଇଁ ଏହି ଦୀର୍ଘମିଆଦୀ ରାଜିନାମା ହୋଇଛି ।
ବେଦାନ୍ତ କମ୍ପାନୀ ସହିତ ବିଦ୍ୟୁତ୍ ଉତ୍ପାଦନ ନେଇ ହୋଇଥିବା ଚୁକ୍ତିନାମା ସଂକ୍ରାନ୍ତରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବେଦାନ୍ତ କମ୍ପାନୀ ସହିତ ୨୪୦୦ ମେଗାୱାଟ ବିଜୁଳି ଉତ୍ପାଦନ ପାଇଁ ୨୦୦୬ ମସିହାରେ ଚୁକ୍ତିନାମା କରିଥିଲେ ।
ଏହି ଚୁକ୍ତିନାମା ଅନୁସାରେ ବେଦାନ୍ତ ଗ୍ରିଡ୍କୋକୁ ୩୦ ପ୍ରତିଶତ ବିଦ୍ୟୁତ୍ ଯୋଗାଇବାପାଇଁ ଏକ ଦୀର୍ଘମିଆଦି ଚୁକ୍ତନାମା ହୋଇଛି । ଏହି ଚୁକ୍ତିନାମା ୨୦୧୦ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଏହା ୨୫ବର୍ଷ ପର୍ଯ୍ୟନ୍ତ ବୈଧ ଅଟେ । ଏହି ଚୁକ୍ତି ଅନୁସାରେ ଗ୍ରିଡ୍କୋକୁ ବେଦାନ୍ତ ତାହାର ଦ୍ୱିତୀୟ ୟୁନିଟ୍ରୁ ଉତ୍ପାଦିତ ସମସ୍ତ ବିଜୁଳି ପ୍ରଦାନ କରିବ । (ତଥ୍ୟ)