Home General ଆଇଟି କମ୍ପାନୀ ନେଇଛନ୍ତି ୨୨୮ଏକର ଜମି

ଆଇଟି କମ୍ପାନୀ ନେଇଛନ୍ତି ୨୨୮ଏକର ଜମି

ଭୁବନେଶ୍ୱର : ରାଜ୍ୟକୁ ଆସୁଥିବା ଆଇଟି କମ୍ପାନୀଗୁଡିକୁ ୨୨୮ଏକରରୁ ଅଧିକ ଜମି ଯୋଗାଇ ଦିଆଯାଇଛି । ଏହିସବୁ କମ୍ପାନୀରେ ବୈଷୟିକ ପଦବୀରେ ପ୍ରାୟ ୮୦ ପ୍ରତିଶତ ଓଡିଆ କାର୍ଯ୍ୟ କରୁଛନ୍ତି ।

ଘରୋଇ ସୂଚନା ପ୍ରଯୁକ୍ତି ସଂସ୍ଥାକୁ ଜମି ଯୋଗାଣ ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କାର୍ଯ୍ୟକ୍ଷମ ଘରୋଇ ଆଇଟି ସଂସ୍ଥାଗୁଡିକୁ ରାଜଧାନୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟ ୨୨୮ ଏକର ଜମି ଯୋଗାଇ ଦେଇଛନ୍ତି ।

ଏହି ସଂସ୍ଥାଗୁଡିକ ଦ୍ୱାରା ୨୦୨୦-୨୧ ବର୍ଷରେ ୪୭୦୧ କୋଟି ଟଙ୍କାର ବିଭନ୍ନ ସଫ୍ଟୱେର ରପ୍ତାନି କରାଯାଇଛି । ଏହିସବୁ ସଂସ୍ଥାରେ ବୈଷୟିକ ପଦରେ ପ୍ରାୟତଃ ୮୦ ପ୍ରତିଶତ ଓଡିଆ କାର୍ଯ୍ୟ କରୁଛନ୍ତି । (ତଥ୍ୟ)