ଭୁବନେଶ୍ୱର : ସ୍ୱେଚ୍ଛସେବୀ ଅନୁଷ୍ଠାନ ପିପୁଲସ କଲଚରାଲ୍ ସେଣ୍ଟର (ପିକକ୍) ଓ ଫ୍ଲୋରଲଦ୍ରାଲୋସା ବାର୍ନ ସହଯୋଗରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଇକୋସେଭର୍ସ ୟୁଥ ନେଟୱାର୍କ ର ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୧୧ ଟି ଜିଲ୍ଲା ରୁ ୬୦ ରଉ ଉର୍ଦ୍ଧ୍ୱ ଯୁବ ପ୍ରତିନିଧି ମାନେ ଭାଗନେଇଥିଲେ ।
ଇକୋସେଭର୍ସ ୟୁଥ ନେଟୱାର୍କ ର ପବିତ୍ର ସାହୁ ପ୍ରଥମେ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଯୁବକ ମାନେ ଚାହିଁଲେ ଅନେକ ପରିବର୍ତ୍ତନ ଆଣିପାରିବେ । ସେ ଆହୁରି ମଧ୍ୟ କହିଲେ ଯେ ଆମର ଆଜିର କାର୍ଯ୍ୟ ଭବିଷ୍ୟତକୁ ର୍ନିଦ୍ଧାରିତ କରିବ । ପିକକ୍ ର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏହି ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ କହିଥିଲେ ଯେ ଯୁବକ ମାନେ ଆଗକୁ ଆସି ଦେଶ ଗଠନରେ ନେତୃତ୍ୱ ନେଇ ଉଦାହରଣ ସୃଷ୍ଟି କରିବା ଉଚିତ ।
ଏହି ଶିବିରର ଉଦଘାଟନ ସମାରୋହରେ ଅନଲାଇନ ମାଧ୍ୟମରେ ଯୋଗଦେଇ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଯୁବ ଗୋଷ୍ଟି ମାନଙ୍କର କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ଓ ସେମାନେ ଅହୁରି ବ୍ୟାପକ ଭାବେ କିପରି ସେମାନଙ୍କ କାର୍ଯ୍ୟକୁ ଆଗକୁ ନେବେ ସେଥିପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବା ଲାଗି ପରାମର୍ଶ ଦେଇଥିଲେ । ଆଡପସନସେଣ୍ଟ୍ରମ ର ନିର୍ଦ୍ଦେଶିକା ରୁବି ରାଉତ କୋଭିଡ ଗାଇଡଲାଇନ ଉପରେ ସଚେତନତା ସୃଷ୍ଟି କରିବାରେ ଯୁବଗୋଷ୍ଠିଙ୍କର ଭୁମିକା ଗୁରୁତ୍ୱପୂର୍ଣ୍ଣ । କୋଭିଡ୍ ରେ ସେମାନେ ନିଜକୁ ସୁରକ୍ଷିତ ରଖି ଅନ୍ୟମାନଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଇକୋସେଭର୍ସ ୟୁଥ ନେଟୱାର୍କ ର ସଭାପତି ସ୍ତୁତି ରଞ୍ଜନ ପ୍ରଧାନ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।
ଏହି ଶିବିରରେ ଯୁବ ଗୋଷ୍ଟିମାନଙ୍କ ପାଇଁ ବିଭିନ୍ନ ବିଷୟ ରେ ତାଲିମ ର ମଧ୍ୟ ଆୟୋଜନ କରାଯାଇଥିଲା । ଏନ୍ଆଇସିର ପୁର୍ବତନ ବୈଷୟିକ ନିର୍ଦ୍ଦେଶକ ଡଃ ରବିନ୍ଦ୍ର ନାରାୟଣ ବେହେରା ଅନଲାଇନ ସୁରକ୍ଷା, ବୈତରଣି ଇନିସିଏଟିଭ୍ ର ଦିପକ କୁମାର ମିଶ୍ର ପରିବେଶର ସୁରକ୍ଷା ଓ ଜୈବ ବିବିଦ୍ଧତା ର ସରଂକ୍ଷଣ ଓ ଯୁବ ଗୋଷ୍ଟି ର ଭୂମିକା, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ପୁର୍ବତନ ସଦସ୍ୟ ହରିହର ନାୟକ ଶିଶୁ ସୁରକ୍ଷା ପକ୍ରିୟା ଓ ଯୁବ ଗୋଷ୍ଟିର ଭୂମିକା, ପିକକ୍ ର ଉପମା ମହାନ୍ତି ଲିଙ୍ଗଗତ ସମସ୍ୟା ସମ୍ଭନ୍ଧରେ ତାଲିମ ପ୍ରଦାନ କରିଥିଲେ ।
ଯୁବ ପ୍ରତିନିଧି ମାନେ ନିଜର ସଫଳତାକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବା ସହ ଭବିଷ୍ୟତ କାର୍ଯ୍ୟର ଯୋଜନା ମଧ୍ୟ ସ୍ଥିର କରିଥିଲେ ।
ଦ୍ୱିତିୟ ଦିବସର କାର୍ଯ୍ୟକ୍ରମର ପରିଚାଳନା ଇକୋସେଭର୍ସ ୟୁଥ ନେଟୱାର୍କ ର ସଭାପତି । ଏହି ଶିବିରରେ ଇକୋସେଭର୍ସ ୟୁଥ ନେଟୱାର୍କର କୋର ଟିମ ର ଗଠନ କରାଯାଇଥିଲା । ପିକକ୍ ର ଜ୍ୟୋତିଶଙ୍କର ମହାନ୍ତି, ଅଲ୍ପନା ଦାଶ, ଦେବାଶିଶ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।