ଭୁବନେଶ୍ଵର : ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଆଜି ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । କୁନି କୁନି କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ ।
ଏହି ଗୀତଗୁଡିକ ମଧ୍ୟରେ ଥିଲା ଉଦାସୀ ଆଖି….., ଝୁମୀ ଝୁମୀ ଆସେ ଆଖି…, ପରଦେଶୀ ବନ୍ଧୁ….., ହେ ମୋର ଜୀବନ…, ହେ ଫଗୁଣ ତୁମେ…, ଶିକାରୀ ଶିକାରୀ ….., ଆକାଶର ବୁକୁ ଚିରି…, ଫୁଲେଈ ରାଣୀ ସଜ ଫୁଲ…., ନଦୀର ନାମ ଅଳସ କନ୍ୟା……, କେଣେ ଘେନି ଯାଉଛ…, ପୁଅ ମୋହର କଳା ଠାକୁର…., ବାଲି ଘର ଭାଙ୍ଗି…, କହନା ଏ ଫୁଲ କହନା…, ଚନ୍ଦ୍ରମଲ୍ଲୀ ହସେ…. ଚିଠି ମୋର ଟିକି ଚଢେଇ……, ହୃଦୟ ର ଏହି ଶୂନ୍ୟତାକୁ… ଇତ୍ୟାଦି। କଣ୍ଠଶିଳ୍ପୀ ମାନେ ଥିଲେ ତନୁଶ୍ରୀ, ଶାଶ୍ଵତୀ ନାରାୟଣୀ, ଆକାଂକ୍ଷା, ଅମ୍ବରିଶ, ଦୀଶ୍ନା ଦିବ୍ୟଂଶୀ, ସ୍ନେହାସିସ, ସିଦ୍ଧିସ୍ନା, ଦିବ୍ୟେନ୍ଦୁ, ଅଂଶୁମାନ, ମହିମା ଶୁଭଲକ୍ଷ୍ମୀ, ଆହାନା, ଅରାଧ୍ୟା, ଦେବାଂଶୁ, ସାଇପ୍ରସାଦ ଓ ରିକ୍ଷିକା ।
ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ, ଭୁବନେଶ୍ଵର ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା। ବାଦ୍ୟଜନ୍ତ୍ରରେ ସହଯୋଗ କରିଥିଲେ ଶ୍ରୀ ଶରତ ପାଣି, ଏମ ସୀମାଦ୍ରି, ପିଙ୍କୁ ଏବଂ ଆଲୋକ । ଗୀତ ଓ ରାଇମସ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଆଜି ପୁରସ୍କୃତ କରଯାଇଥିଲା । ଏହି ଅବସରରେ ଶିଶୁ କଣ୍ଠଶିଳ୍ପୀ ଶାଶ୍ଵତୀ ନାରାୟଣୀ ଆଚାର୍ଯ୍ୟ ଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୩” ରେ ପୁରସ୍କୃତ କରଯାଇଥିଲା ।
ସମ୍ମାନିତ ଅତିଥି ଭାବେ ବରିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଳିତ, ବିଭୁ ଦାସ, ବନ୍ଦିତା ଦାସ, ଇତିଶ୍ରୀ ଦୀକ୍ଷିତ ଆଦି ଯୋଗଦେଇ ସ୍ଵର୍ଗତ ମହାନ୍ତ୍ୟଙ୍କର ସ୍ମୃତି ଚାରଣ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ଛବି ମାହାଲି, ମହିଳା ଓ ଶିଶୁ ବିଭାଗ ର ପରାମର୍ଶଦାତ୍ରୀ ମଧୁମିତା ଦାସ, ରୋଟାରିଆନ ଓ ଚେତନା ର ମୁଖ୍ୟ ଡ. ନାରାୟଣ ପତି, ରୋଟାରିଆନ ଦିବ୍ୟରଞ୍ଜନ ଦାସ, କମୁନିଟି ରେଡିଓ ଆସୋସିଏସନ ଓଡିଶାର ସମ୍ପାଦକ ସୁବ୍ରତ ପତି ପ୍ରମୁଖ ଯୋଗଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ର ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ସମ୍ପାଦକ ରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପିକକ୍ ର ରତ୍ନା ଦାଶ, ଅଳ୍ପନା ଦାସ, ପାଣୁ ବେହେରା, ହରିହର ବଳବନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର କାର୍ଯ୍ୟ କ୍ରମ କୁ ସଂଯୋଜନା କରିଥିଲେ ଦିଆ କିରଣ ଓ ସୌମ୍ୟ ପ୍ରିୟଦର୍ଶୀ।