ଭୁବନେଶ୍ୱର : ଇଂଲଣ୍ଡ ଫେରନ୍ତା କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ସଂକ୍ରମିତ ହୋଇଥିବା ଶିଶୁର ପିତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବାପରେ ଏହି ସଂଖ୍ୟା ୩କୁ ବଢିଛି ।
ପ୍ରଥମେ ଇଂଲଣ୍ଡ ଫେରନ୍ତା ଜଣେ ୨୪ବର୍ଷିୟ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତାଙ୍କୁ ରାଜଧାନୀର କୋଭିଡ ଚିକିତ୍ସାଳୟରେ ରଖାଯାଇଛି । ତେବେ ତାଙ୍କ ଠାରେ ଚିହ୍ନଟ କୋଭିଡର ଷ୍ଟ୍ରେନ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
ଏହାପରେ ଇଂଲଣ୍ଡରୁ ଫେରିଥିବା ଗୋଟିଏ ପରିବାରର କୋଭିଡ ପରୀକ୍ଷା ସମୟରେ ଜଣେ ୪ବର୍ଷରୁ ଶିଶୁ ପଜିଟିଭ ଥିବା ଜଣାପଡିଥିଲା । କିନ୍ତୁ ସେତେବେଳେ ହୋଇଥିବା ପରୀକ୍ଷାରୁ ତାଙ୍କର ପିତା ମାତା କାହାରିଠାରେ କରୋନା ନଥିବା ଜଣାପଡିଥିବାବେଳେ ପରବର୍ତ୍ତୀ ପରୀକ୍ଷଣରୁ ପିତା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
ତେବେ ଇଂଣ୍ଡଲରେ କରୋନାର ପରବର୍ତ୍ତିତ ଘାତକ ଷ୍ଟ୍ରେନ ଚିହ୍ନଟ ହୋଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବାବେଳେ ବିଏମ୍ସି ପକ୍ଷରୁ ବିଦେଶ ଫେରନ୍ତାଙ୍କ ଉପରେ କଡାନଜର ରଖାଯାଇଛି । ବିମାନବନ୍ଦରରେ କରୋନା ପରୀକ୍ଷା ସହିତ ଯାଞ୍ଚକୁ କଡାକଡି କରାଯାଇଛି ।
ଓଡିଶା ଫେରୁଥିବା ସମସ୍ତ ପ୍ରବାସୀଙ୍କର ଯେଭଳି ବିମାନବନ୍ଦରରେ କଡା ଯାଞ୍ଚ ଓ ପରୀକ୍ଷା କରାଯିବ ତାହା ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି ।