Home Education ଅପ୍ରେଲ ୨ରୁ ସକାଳୁଆ ସ୍କୁଲ

ଅପ୍ରେଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର : ଆସନ୍ତା ଅପ୍ରେଲ ୨ ତାରିଖରୁ ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସକାଳୁଆ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସଂପ୍ରତି ରାଜ୍ୟରେ ପ୍ରବଳ ଗ୍ରୀଷ୍ଣଲହର କାରଣରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସକାଳ ୬.୩୦ମିରୁ ୧୦ଟା ୩୦ମିନିଟ ପର୍ଯ୍ୟନ୍ତ ଏବଂ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୭ଟାରୁ ୧୧.୩୦ ମିନିଟ ପର୍ଯ୍ୟନ୍ତ ପାଠପଢ଼ା ଚାଲୁରହିବ ।

ଅପ୍ରେଲ ପହିଲାରୁ ବିଦ୍ୟାଳୟରେ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ରନ୍ଧା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ପିଇବା ପାଣି ଉପଲବ୍ଧ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଛାତ୍ରଛାତ୍ରୀମାନଙ୍କୁ ଛତା ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯାଇଛି ।

ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ୍‌-୧୯ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ଣଛୁଟି ସମ୍ବନ୍ଧରେ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।