ଭୁବନେଶ୍ୱର : ରାଜ୍ୟର ୮୩୦୦ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସଡକ ସଂଯୋଗ ହୋଇପାରି ନାହିଁ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ଗ୍ରାମାଞ୍ଚଳରେ ସଡକ ସଂଯୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୀ ନାୟକ କହିଛନ୍ତି ଯେ ୨୦୧୧ ଜନଗଣନାକୁ ଭିତ୍ତିକୁ ୨୦୧୭-୧୮ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯେଜାନା ପାଇଁ ପ୍ରସ୍ତୁତ ହୋଇଥିବା ଜିଲ୍ଲା ଗ୍ରାମ ସଡକ ଯୋଜନା ଅନୁସାରେ ରାଜ୍ୟରେ ୫୯,୯୭୧ଟି ଗ୍ରାମ ରହିଥିଲା । ସେଥି ମଧ୍ୟରୁ ୫୧,୬୭୧ ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରରେ ପର୍ଯ୍ୟାୟକ୍ରମେ ସଂଯୋଗୀକରଣ କରାଯାଇଥିଲା ।
ତେବେ ଏହି ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ହେଉନଥିବାରୁ ୮୩୦୦ଟି ଗ୍ରାମକୁ ସଂଯୋଗୀକରଣ କରାଯାଇନଥିଲା । ଏଥି ମଧ୍ୟରେ କୋରାପୁଟ ଜିଲ୍ଲାର ସର୍ବାଧିକ ୧୩୭୪ଟି ଗ୍ରାମ ଥିବାବେେବେଳେ ରାୟଗଡାର ୧୦୯୯ଟି, ନବରଙ୍ଗପୁରର ୬୪୧ଟି, କଳାହାଣ୍ଡିର ୫୭୪ଟି ଗ୍ରାମ ରହିଛି । ତାଲିକାରେ ଝାରସୁଗୁଡା ଜିଲ୍ଲାର ୩୪ଟି ଗ୍ରାମ ରହିଥିବା ମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଚତୁର୍ଥ ପର୍ଯ୍ୟାୟକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହା ନିମନ୍ତେ ଅସଂଯୋଜିତ ଗ୍ରାମଗୁଡିକର ସର୍ଭେକାମ ସମସ୍ତ ରାଜ୍ୟରେ ଚାଲୁ ରହିଛି । ସର୍ଭେ ପ୍ରକ୍ରିୟା ସମାପ୍ତି ପରେ କେତେ ଗାଁ ଓ ପଡାଗାଁକୁ ଏଯାବତ୍ ସବୁଦିନିଆରସା୍ତା ନାହିଁ ତାହାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ।