Home News in Odia ୫ବର୍ଷରେ ୨୫ଟି ହାଜତ ମୃତ୍ୟୁ ମାମଲା

୫ବର୍ଷରେ ୨୫ଟି ହାଜତ ମୃତ୍ୟୁ ମାମଲା

ଭୁବନେଶ୍ୱର : ବିଗତ ୫ବର୍ଷ ମଧ୍ୟରେ ପୁଲିସ୍‍ ହେପାଜତରେ ୨୫ଟି ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ କେବଳ ୪ଟି ମାମଲାର ତଦନ୍ତ ସରିଛି ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ୫ବର୍ଷ ଯଥା ୨୦୧୭ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୪,୩୬୫ଟି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି ।

ସେହିଭଳି ପୁଲିସ୍‍ ହେପାଜତରେ ମୃତ୍ୟୁ ଘଟଣାରେ ୨୫ଟି ମାମଲା ରୁଜୁ ହୋଇଛି । ଏହି ମାମଲା ମଧ୍ୟରୁ ୪ଟିର ତଦନ୍ତ ଶେଷ ହୋଇଥିବାବେଳେ ୨୧ଟି ମାମଲାରେ ଏବେ ବି ତଦନ୍ତ ଜାରି ରହିଛି । (ତଥ୍ୟ)