Home News in Odia ୩୨ ପ୍ରସ୍ତାବ ଉପରେ ମୋହର

୩୨ ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର : ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର  ସଭାପତି  ତଥା  ମାନ୍ୟବର  ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ  ପଟନାୟକ ଙ୍କ  ଅଧ୍ୟକ୍ଷତାରେ ଶଙ୍ଖ  ଭବନ  ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା  ଉପରେ ଦଳର ବରିଷ୍ଠ ଉପ-ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣ ରଖିଥିଲେ ।

ଦଳର ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ସଂଚାଳନାରେ ପ୍ରଥମେ ସାଂଗଠନିକ ପ୍ରସ୍ତାବ ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଆଗତ କରିଥିଲେ । ବିଧାୟିକା  ଶ୍ରୀମତୀ ଲତିକା ପ୍ରଧାନଙ୍କର ସମର୍ଥନ ପରେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହାପରେ ୧୧ଟି ରାଜନୈତିକ ପ୍ରସ୍ତାବ ଓ ୧୬ଟି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା ।

୨୦୦୦ ମସିହାରୁ ବିଭିନ୍ନ ବିଧାନସଭା, ଲୋକସଭା, ନିର୍ବାଚନ, ଉପ ନିର୍ବାଚନ, ସମବାୟ ନିର୍ବାଚନ ବିଶେଷ କରି  ପଂଚାୟତ ଓ ପୈାର ନିର୍ବାଚନରେ  ବିଜୁ  ଜନତା  ଦଳର  ଲଗାତାର ବିଜୟ ପାଇଁ ଓଡିଶାର ଜନ ସାଧାରଣଙ୍କୁ  ଦଳ  ପକ୍ଷରୁ କୃତଜ୍ଞତା  ଅର୍ପଣ କରା ଯାଇଥିଲା । କୋଟି ଓଡିଆଙ୍କର ହୃଦୟର ନେତା ବିଜେଡିର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଲଗାତର ଭାବେ ଆମର ଆଂଚଳିକ ଦଳକୁ ବିପୁଳ ସଫଳତା ଆଣି ଦେଇଥିବାରୁ କାର୍ଯ୍ୟକାରିଣୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲା ।

ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଅଭିନବ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ରୂପାୟନ ପାଇଁ ତଥା ଓଡିଶାର ବିଭିନ୍ନ ପ୍ରାନ୍ତରେ ଯଥା ଶ୍ରୀ ଲିଙ୍ଗରାଜ, ମା ସମଲେଇ, ତାରାତାରିଣୀ ସହିତ ବିଭିନ୍ନ   ଉପାସନା ପୀଠ ଓ ଐତିହ୍ୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନେଇଥିବା ପଦକ୍ଷେପ ପାଇଁ  ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଜି ସଂଜୀବନୀହୋଇଛି । ଯାହାକି ଭାରତବର୍ଷରେ ଅଭିନବ  ଓ  ଅନନ୍ୟ ।  ଓଡିଶାରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟ ଭିତିଭୂମିର ଦ୍ରୁତ ରୂପାନ୍ତରୀକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗର ର ସଂପ୍ରସାରଣ  କରାଯାଇଥିବାରୁ, ଏବଂ ପୁଂଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

କ୍ରୀଡା ଭିତିଭୂମିର ବିକାଶ ଏବଂ ଆଇଟି  କ୍ଷେତ୍ରରେ  ଦୃତ  ବିକାଶ  କରି ଯୁବଶକ୍ତିର ଆକଂକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା । ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

ଟେକ୍ନୋଲୋଜୀକୁ ଉପଯୋଗ କରି ୫-ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଂଜୁରୀ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଆଜି  ମାନ୍ୟବର  ମୁଖ୍ୟମନ୍ତ୍ରୀ  ନବୀନ  ପଟନାୟକ  ଙ୍କ ନେତୃତ୍ୱରେ ରାଜ୍ୟର ଅଭିବୃଦ୍ଧିର ହାର ବଢିବା, ମୁଣ୍ଡପିଛା ଆୟରେ ବୃଦ୍ଧି ତଥା ଋଣ ଭାର କମିବା ସହିତ  ଆର୍ଥିକ ପରିଚାଳନାରେ ସଫଳତା ପାଇଥିବାରୁ ଧନ୍ୟବାଦ ଦିଆଯାଇଥିଲା ।

 ୫-ଟି ଉପକ୍ରମରେ ଭିତିଭୂମି ବିିକାଶ ଠାରୁ ଆରମ୍ଭ କରି ଆମ ସମ୍ବଳକୁ ମୁଲ୍ୟଯୁକ୍ତ କରିବା ପାଇଁ ବିକାଶର ଧାରାରେ ଆଗରେ ଥିବା ଓଡିଶାକୁ ପୂର୍ଣ୍ଣ ବିକଶିତ  ରାଜ୍ୟରେ ରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ କାର୍ଯ୍ୟକାରିଣୀ,  ସ୍ୱାଗତ କରିଥିଲା । ସାଂଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀ ୱାରୀ ପ୍ରଶିକ୍ଷଣ ଓ ତାପରେ ଜୋନାଲ ପ୍ରଶିକ୍ଷଣ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା ।

 ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଅଭିଯାନ  ଆରମ୍ଭ କରାଯିବ ବୋଲି କାର୍ଯ୍ୟକାରିଣୀ ପ୍ରସ୍ତାବରେ କୁହାଯାଇଛି ।

ବୈଠକରେ  ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାର୍ଯ୍ୟ ଦାବୀ  ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା  ,  ଦାବୀ ହାସଲ  କରିବ  ସେଥିପାଇଁ   ଉଦ୍ୟମ  ଜାରି  ରହିବ  ବୋଲି  ବୈଠକରେ   ନିଷ୍ପତ୍ତି  ହୋଇଥିଲା । ଏହା ସହିତ  ମହାନଦୀ  ଓ ପୋଲାଭରମ  ପ୍ରସଙ୍ଗରେ କେନ୍ଦ୍ରର  ନୀରବତା ନେଇ ବୈଠକରେ  ଦୁଃଖ ପ୍ରକାଶ କରାଯାଇଥିଲା ଓ ଦାବି ପୂରଣ ପାଇଁ  ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିଲା । କୋଇଲା ରୟାଲଟି, ସେସ୍, ପ୍ରଦାନ  କ୍ଷେତ୍ରରେ  ଓଡିଶା ର ଦାବୀ  ପୂରଣ   ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ  କାର୍ଯ୍ୟ  ତ୍ୱରାନିତ  କରିବା ଏବଂ  ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଉପରୁ ଜିଏସଟି ବୋଝ  ଦୂର  କରିବା , ଖାଉଟି ଦର  ବୃଦ୍ଧି ଓ ଏହା  ଯୋଗୁଁ  ଘର  ଚଳାଇବା ରେ ମହିଳା ମାନେ  ସମ୍ମୁଖିନ  ହେଉଥିବା  କଷ୍ଟକର ପରିସ୍ଥିତି  ବିଷୟରେ ଆଲୋଚନା କରାଯାଇ  ଏ  ଦିଗରେ  ଆବଶ୍ୟକ  ପଦକ୍ଷେପ  ନେବା  ପାଇଁ  କେନ୍ଦ୍ର  ସରକାରଙ୍କୁ  ଅନୁରୋଧ  କରାଯିବ ।

ଆମ  ଓଡିଶା  ନବୀନ  ଓଡିଶା  କାର୍ଯ୍ୟକମ  ର  ସଫଳ  କାର୍ଯ୍ୟକାରିତା  ପାଇଁ  ସଂକଳ୍ପବଦ୍ଧ  ହୋଇ  କାମ  କରିବାକୁ  ନିଷ୍ପତ୍ତି  ପାରିତ  ହୋଇଥିଲା । ଦଳର ସାଂଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ୱ କାର୍ଯ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତନ ସଂପର୍କରେ ଏବଂ ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଂଚାଇବା ପାଇଁ ତଥା ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତ କ୍ରମେ ଆଗତ ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଥିଲା ।

କାର୍ଯ୍ୟକାରିଣୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ  ସମ୍ବୋଧିତ କରି କହିଥିଲେ  ଯେ ବିରୋଧୀଙ୍କ ପାଖାରେ କିଛି ପ୍ରସଙ୍ଗ ନାହିଁ । ଓଡ଼ିଶାର ରୂପାନ୍ତରଣ ସେମାନଙ୍କ ପାଇଁ ବଡ଼ ଝଟକା ହୋଇଛି । ତେଣୁ ସେମାନେ  ମିଛ କହିବେ ,ଅପପ୍ରଚାର କରିବେ। ତୃଣମୂଳ ସ୍ତରରୁ  ଆମକୁ  ଏହାର  ଦୃଢ଼  ମୁକାବିଲା  କରିବାକୁ  ହେବ । ସାମାଜିକ ଗଣମାଧ୍ୟରେ  ଏହାକୁ  ବିରୋଧ  କରିବାକୁ  ହେବ ତା  ସହିତ  ବିକାଶ  ର  ବାର୍ତ୍ତାକୁ  ଓଡ଼ିଶାର  ଘରେ  ଘରେ  ପହଞ୍ଚିବାକୁ  ହେବ ।

ଓଡିଶା ବାସୀ  ଜାଣନ୍ତି  ହଜାରେ  ମିଛ କେବେ  ସତ  ହେବନାହିଁ । ସତ୍ୟ ର ଜୟ   ହେବ   ବିକାଶ  ର ଜୟ ହେବ  ..ନୂଆ  ଓଡିଶା ଓ  ସଶକ୍ତ  ଓଡିଶା  ଗଠନ ହେବ । କାର୍ଯ୍ୟକାରିଣୀରେ ମୋଟ୍ ୩୨ଟି ପ୍ରସ୍ତାବ ଦଳର ବରିଷ୍ଠ ନେତା ଆଗତ କରିଥିଲେ ଏବଂ ଅନ୍ୟ ବରିଷ୍ଠ ନେତା ଏହାକୁ ସମର୍ଥନ କରିଥିଲେ ।  ଆମେ  ଗଢ଼ିବା ନୂଆ  ଓଡିଶା ଓ  ସଶକ୍ତ  ଓଡିଶା  ଶପଥ ସହ  ବୈଠକ  ଶେଷ  ହୋଇଥିଲା.  ଶେଷରେ ଦଳର ବରିଷ୍ଠ ଉପ ସଭାପତି ଶ୍ରୀଯୁକ୍ତ ଏ. ୟୁ. ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।