Home General ୨୭ବର୍ଷ ତଳେ ହୋଇଥିଲା ଶିଶୁ ଶ୍ରମିକ ସର୍ଭେ

୨୭ବର୍ଷ ତଳେ ହୋଇଥିଲା ଶିଶୁ ଶ୍ରମିକ ସର୍ଭେ

ଭୁବନେଶ୍ୱର : ରାଜ୍ୟ ସରକାର ଶେଷ ଥର ପାଇଁ ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ସର୍ଭେ କରିଥିଲେ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ ଶେଷଥର ପାଇଁ ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ସର୍ଭେ ହୋଇଥିଲା । ଏହି ସର୍ଭେରେ ୨,୧୫,୨୨୨ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ । ଗତ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୮୩ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି ।

ଶିଶୁ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରିବା ଲୋକଙ୍କ ବିରୁଦ୍ଧରେ ଏହି ସମୟରେ ୧୫୯ଟି ମୋକଦ୍ଦମା ଦାୟର କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।