Home General ୨୫ ଉଦ୍ୟୋଗରେ ୫୫୨ଜଣ ଅବସରପ୍ରାପ୍ତ କର୍ମଚାରୀ

୨୫ ଉଦ୍ୟୋଗରେ ୫୫୨ଜଣ ଅବସରପ୍ରାପ୍ତ କର୍ମଚାରୀ

ଭୁବନେଶ୍ୱର : ରାଜ୍ୟରେ ଲାଭରେ ଚାଲୁଥିବା ୨୫ଟି ଉଦ୍ୟୋଗରେ ଅବସରଗ୍ରହଣ କରିଥିବା ୫୫୨ ଜଣ କର୍ମଚାରୀ ସେଠରେ ପୁନଃ ନିଯୁକ୍ତି ପାଇଥିବାବେଳେ ବାହାରୁ ଆସି ଉଦ୍ୟୋଗଗୁଡିକରେ ୫ହଜାରରୁ ଅଧିକ ଲୋକ ନିଯୁକ୍ତ ହୋଇଛନ୍ତି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନାଦେଇଛନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଦର୍ଶାଇଚନ୍ତି ଯେ ଲାଭରେ ଥିବା ୨୫ଟି ସରକାରୀ ଉଦ୍ୟୋଗରୁ ଅବସର ନେଇଥିବା ୫୫୨ଜଣ ଅବସର ପରେ ସେଠାରେ ନିଯୁକ୍ତ ହୋଇଥିବାବେଳେ ଅନ୍ୟ ସ୍ଥାନରୁ ଆସି ୧୫୧୦ଜଣ ସେଠାରେ ନିଯୁକ୍ତ ହୋଇଛନ୍ତି । ଓଡିଶା ବନ ଉନ୍ନୟନ ନିଗମରୁ ଅବସର ନେଇଥିବା ୨୩୭ଜଣ ସେଠାରେ ପୁନଃ ନିଯୁକ୍ତ ହୋଇଥବାବେଳେଏହି ନିଗମରେ ୧୯୨ଜଣ ବାହାରୁ ଆସି ନିଯୁକ୍ତ ହୋଇଛନ୍ତିା

ସେହିଭଳି ଓଡିଶା ନିର୍ମାଣ ନିଗମରେ ୫୬୫ ଜଣ ବାହାରୁ ଆସି ନିଯୁକ୍ତ ହୋଇଥିବାବେଳେ ଓଡିଶା ଉଠାଜଳସେଚନ ନିଗମରେ ୩୧୬ଜଣ, ଓଡିଶା ଜଳବିଦ୍ୟୁତ୍‍ ନିଗମରେ ୧୫୮ଜଣ, ଓଡିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମରେ ୧୧୩ଜଣ, ଓଡିଶା ପୁଲିସ୍‍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡରେ ୪୭ଜଣ ଏବଂ ୱାଟ୍‍କୋରେ ୩୨ଜଣ କର୍ମଚାରୀ ବାହାରୁ ଆସି ନିଯୁକ୍ତ ହୋଇଛନ୍ତି । ୱାଟକୋରୁ ଅବସର ନେଇଥିବା ୧୮ଜଣ କର୍ମଚାରୀ ମଧ୍ୟ ସେଠାରେ ପୁନଃ ନିଯୁକ୍ତି ପାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।