Home Media ୨୦୩୬ରେ ନୂଆ ଓଡିଶା ନିର୍ମାଣ କରିବା

୨୦୩୬ରେ ନୂଆ ଓଡିଶା ନିର୍ମାଣ କରିବା

ଭୁବନେଶ୍ୱର : ଓଡ଼ିଶାର ଉନ୍ନତି ପାଇଁ ଥିବା ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଉପରେ ଦୃଷ୍ଟି ଆକର୍ଷଣ କରିବା ତଥା ବ୍ୟବସ୍ଥା ତିଆରି କରିବା ପାଇଁ କେବଳ ସରକାର ନୁହେଁ ସମାଜକୁ ମଧ୍ୟ ଦାୟିତ୍ୱ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଦ୍ୱାରା ୨୦୩୬ରେ ନୂଆ ଓଡିଶା ନିର୍ମାଣ କରିବା ବୋଲି ସମ୍ବାଦର ‘ବ୍ରାଣ୍ଡସ୍ ଅଫ୍ ଓଡିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ’ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ଓଡିଶାର ପ୍ରତିଷ୍ଠିତ ଖବର କାଗଜ ସମ୍ବାଦ ବର୍ତମାନ ସମୟରେ ବ୍ୟବସାୟୀ ଜଗତକୁ ପ୍ରୋତ୍ସାହନ ଦେବା ପାଇଁ ଏପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସାଧୁବାଦ ଜଣାଇବା ସହ ସମ୍ବାଦ କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ୍‌-୨୦୨୧ ଗ୍ରହଣ କରିଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ସଂସ୍ଥାକୁ ସେ ଅଭିନନ୍ଦନ ଜଣାଇଛନ୍ତି ।

ଆଧୁନିକ ସମୟରେ ଆମେ ବ୍ରାଣ୍ଡ୍ ଓଡ଼ିଶାର ଚିନ୍ତା କରୁଛେ । ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍ ଏବଂ ସେ ହିଁ ଆମ ଜାତିର ଅସ୍ମିତାର ପରିଚୟ । ଆମ ଓଡ଼ିଆ ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ଖାଦ୍ୟପେୟ ଇତ୍ୟାଦି ଆମ ପାଇଁ ବ୍ରାଣ୍ଡ୍ ଓ ଆମର ପରିଚୟବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସମୟରେ ଆମେ ଓଡ଼ିଶାର ସମସ୍ୟାକୁ ଦାୟିତ୍ୱର ସହ ନେବା ସହ ସମାଜିକ ଉଦ୍ୟମରେ ଏହାର ସମାଧାନ କରିବା ଦରକାର । ଆମେ ୨୦୨୧କୁ ପ୍ରବେଶ କରିଥିବା ବେଳେ ଆଉ ୧୫ ବର୍ଷ ପରେ ୨୦୩୬କୁ ଓଡ଼ିଶା ପ୍ରଥମ ଭାଷାଭିତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ ।

ତେବେ ଏହି ସମୟରେ ଓଡ଼ିଶାରେ ପ୍ରତିବର୍ଷ ଜନ୍ମ ହେଉଥିବା ୮ ଲକ୍ଷ ଶିଶୁଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକରଯୁକ୍ତ ଖାଦ୍ୟ ନ ମିଳିବା ଆଜିର ସମୟରେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ । ଏହି କାରଣରୁ ଶିଶୁ ମାନଙ୍କର ଶରୀରର ସଠିକ୍ ବିକାଶ ହୋଇନଥାଏ । ଏହି ସମସ୍ୟାକୁ ସମାଜକୁ ଗୁରୁତ୍ୱର ସହ ଦାୟିତ୍ୱ ନେବା ପାଇଁ ପଡ଼ିବ ।

ଓଡ଼ିଶାରେ ଶିଶୁ ମାନଙ୍କ ଜନ୍ମ ପରେ ପରେ ସେମାନଙ୍କ ଶାରିରୀକ ବୃଦ୍ଧି ନିମନ୍ତେ ଶିଶୁଙ୍କୁ ପୁଷ୍ଟିକର ତଥା ପୋଷଣ ଯୁକ୍ତ ଖାଦ୍ୟ କିରି ପହଁଚିାରିବ ସେ ନେଇ ଦୃଷ୍ଟିଦେବା ଦରକାର । ଏହି ସମସ୍ୟାର ସମାଧାନ ହେଲେ ୨୦୩୬କୁ ଓଡ଼ିଶାର ସାମଗ୍ରିକ ବିକାଶ ସଠିକ୍ ଭାବରେ ହୋଇପାରିବ ।

ପ୍ରଗତି ଶୀର୍ଷରେ ପହଁଚିବା ପାଇଁ ଓଡିଶାରେ ସବୁ ଉପାଦାନ ଭରିରହିଛି । ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ, ପର୍ଯ୍ୟଟନର ସମ୍ଭାବନା ଓ ଏହା ସହ ବୁଦ୍ଧିମାନ ଓ ପରିଶ୍ରମୀ ମାନବ ସମ୍ବଳ ଓଡିଶାର ଅନନ୍ୟ ପରିଚୟ । ଓଡ଼ିଶା ହେଉଛି ଭାରତର ବୃହତମ ଲୁହାପଥର, ଅଶୋଧିତ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ ।

ବହୁ ଖଣି ନୀତି ପରିବର୍ତନ ତଥା ଜାତୀୟ ଇସ୍ପାତ୍ ନୀତି ଦ୍ୱାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ ଇସ୍ପାତ୍ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଯୋଗଦାନ ୧୦୦ ମିଲିୟନ ଟନ୍ ରହିବାର ଆକଳନ କରାଯାଇଛି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିର କଲେଜ ଛାତ୍ର ଶିବ ପାତ୍ର ଇଂଟରନେଟର ଉପଯୋଗ କରି ବାସି ଫୁଲରୁ ସୁଗନ୍ଧ ଧୂପକାଠି ତିଆରି କରି ସଫଳ ବ୍ୟବସାୟୀ ହୋଇପାରିଛନ୍ତି । ନିଆଳିର ଉପେନ୍ଦ୍ର ରାଉତ ନିଜ ଜମିରେ ଥାଇଲ୍ୟାଣ୍ଡର ସୁସ୍ୱାଦୁ ଫଳ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି, ଏପରି ସମ୍ଭାବନା ଆଜି
ଓଡ଼ିଶାରେ ଦେଖାଦେଇଛି । ଏହି ସମସ୍ତ ସମସ୍ୟା, ସମ୍ଭାବନା ଓ ସମାଧାନକୁ ଦୃଷ୍ଟିରେ ରଖି ୨୦୩୬ରେ ଓଡିଶାକୁ ଉନ୍ନତିର ପଥରେ ଆଗେଇ ନେବା ବୋଲି ସେ କହିଛନ୍ତି ।