Home Finance ୧.୧୨ଲକ୍ଷ କୋଟି ହେବ ଋଣ ଭାର

୧.୧୨ଲକ୍ଷ କୋଟି ହେବ ଋଣ ଭାର

ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାରତ ୧,୧୨,୦୦୦ କୋଟି ଟଙ୍କା ହେବ । ଏହା ରାଜ୍ୟର ମୋଟ୍‍ ଘରୋଇ ଉତ୍ପାଦ (ଜିଏସ୍‍ଡିପି)ର ୧୩.୦୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ଆଜି ରାଜ୍ୟ ବଜେଟ୍‍ ଉପସ୍ଥାପନ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଶ୍ରୀ ପୂଜାରୀ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟର ମୋଟ୍‍ ଋଣଭାର ୮୭,୦୦୦ କୋଟି ଟଙ୍କା ହୋଇଛି । ଏହା ରାଜ୍ୟ ଜିଏସ୍‍ଡପିର ୧୧.୦୫ ପ୍ରତିଶତ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଋଣ ଭାର ୯୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ଜିଏସ୍‍ଡିପିର ୧୨.୬୭ ପ୍ରତିଶତ ହେବ ।

୨୦୨୩-୨୪ ବଜେଟ୍‍ ଅଟକଳ ପାଇଁ ନିଜସ୍ୱ ରାଜସ୍ୱ ଓ ଜିଏସ୍‍ଡିପିର ଅନୁପାତ ୧୨.୨୫ ପ୍ରତିଶତ ରହିଛି । ସେହିଭଳି ରାଜସ୍ୱ ବଳକା ଜିଏସ୍‍ଡିପିର୩.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ବିତ୍ତୀୟ ନିଅଣ୍ଟକୁ ଜିଏସ୍‍ଡିପିର ୩ ପ୍ରତିଶତ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖାଯାଇଛି ।