Home General ୧୯୯୭ରେ ହୋଇଥିଲା ଶିଶୁ ଶ୍ରମିକ ସର୍ଭେ

୧୯୯୭ରେ ହୋଇଥିଲା ଶିଶୁ ଶ୍ରମିକ ସର୍ଭେ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ୧୯୯୭ ମସିହାରେ ଶିଶୁ ଶ୍ରମିକ ଚିହ୍ନଟ ପାଇଁ ସର୍ବେଶେଷ ସର୍ବେକ୍ଷଣ କରାଯାଇଥିଲା । ସେହି ସର୍ଭେ ସମୟରେ ରାଜ୍ୟରେ ୨ଲକ୍ଷ ୧୫ ହଜାର ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ ।
ବିଧାନସଭାରେ ବିଜପି ବିଧାୟକ ଟଙ୍କଥର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୯ଟି ବିଭାଗ ସମନ୍ୱୟରେ ଏକ ରାଜ୍ୟ କାର୍ଯ୍ୟ ଖସଡା କାର୍ଯ୍ୟକାରୀ କରାଯାଉଛି । ଏହା ଅର୍ନ୍ତଗତ ଜିଲ୍ଲା ସ୍ତରରେ ଅନ୍ୟ ବିଭାଗର ସହଯୋଗରେ ଶିଶୁ ଶ୍ରମ ନିରୀକ୍ଷଣ ଓ ଉଦ୍ଧାର କାର୍ଯ୍ୟ କରାଯାଇଥାଏ । ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଅଧିନିୟମ ୧୯୮୬କୁ କଠୋର ଭାବରେ କାର୍ଯ୍ୟକାରୀ କରିବାପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଭ୍‍କୁ ନିୟମିତ ସମୟ ବ୍ୟବଧାନରେ ପ୍ରଶିକ୍ଷଣ ଦିଆଯିବା ସହିତ ବ୍ୟାପକ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇଥାଏ ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଶିଶୁ ଶ୍ରମିକ ଚିହ୍ନଟ ନିମନ୍ତେ ଶିଶୁ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଅଧିନିୟମ ୧୯୮୬ ଅନୁଯାୟୀ ଜିଲ୍ଲା ସ୍ତରରେ ନିରୀକ୍ଷଣ ନିମନ୍ତେ ପଦକ୍ଷେପ ନିଆଯାଇଥାଏ । (ତଥ୍ୟ)